କଳାହାଣ୍ଡି, ୧୫/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତ ଅଧୀନ ତୁମୁରା ଗ୍ରାମ ହଂସ ପଡ଼ା ଦିବ୍ୟାଙ୍ଗ ମହିଳା କୁନ୍ତଳା ହଂସ ବୟସ ୪୩, ପିତା ସ୍ବର୍ଗତ ଉଦ୍ଧବ ହଂସ ଶତ ପ୍ରତିଶତ ଦିବ୍ୟାଙ୍ଗ, ଶୁଣିବା ଓ କଥା କହିବାରେ ଅସମର୍ଥ।ପୂର୍ବ ନିର୍ଦ୍ଧାରିତ ଟ୧୨୦୦ଙ୍କା ପ୍ରତି ମାସ ପାଉଥିଲେ। କିନ୍ତୁ ଅତି ଦୁଃଖର କଥା ଗତ ୨୦୨୫ ମସିହା ଜାନୁଆରୀ, ଫେବୃୟାରୀ ଓ ମାର୍ଚ୍ଚ ତିନି ମାସର ଭତ୍ତା ଟଙ୍କା ପାଇ ନ ଥିଲେ । ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରି ଗୋଲାମୁଣ୍ଡା ବ୍ଲକ ତତ୍ପରତା ଦେଖାଇ ୱାର୍ଡ ସଭ୍ୟ କମଳାକାନ୍ତ ହଂସଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ଓ ଉକ୍ତ ତିନି ମାସର ଭତ୍ତା ଟଙ୍କା ଯାହାକି ଗତ ୨୦୨୫ ମସିହା ଜାନୁଆରୀ, ଫେବୃୟାରୀ ଓ ମାର୍ଚ୍ଚ ଭତ୍ତା ଟଙ୍କା ପୁର୍ବତନ ମାନଝରି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀନବିନ ଚନ୍ଦ୍ର ମାଝୀ ଫୋନ ପେ ମାଧ୍ୟମରେ ଦେବେ ବୋଲି କହିଥିଲେ। ତାପରେ ପୁର୍ବତନ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଝରୀ ଶ୍ରୀନବୀନ ଚନ୍ଦ୍ର ମାଝୀ ୧୫.୨.୨୦୨୬ ଦିନ ଫୋନ ପେ କରିଥିଲେ, ତାପରେ ୱାର୍ଡ ସଭ୍ୟ କମଳାକାନ୍ତ ହଂସ, କୁନ୍ତଳା ହଂସଙ୍କ ଘରକୁ ଯାଇ ପରିବାରଙ୍କ ଉପସ୍ଥିତିରେ ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ଦେଖିବାକୁ ରହିଲା ବ୍ଲକ ପ୍ରଶାସନ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
