Hot Posts

6/recent/ticker-posts

ଗୁମ୍ମା ଘାଟିରେ ଓଲିଟିଲା କାଠ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲଫର୍ ଗୁରୁତର ।

ରାୟଗଡ଼ା, ୨୮/୦୨ ( ଭି. ଗୌରି ଶଙ୍କର ରାଓ ) : ଗୁମ୍ମା ଘାଟିରେ ଓଲିଟିଲା କାଠ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲଫର୍ ଗୁରୁତର। ରାୟଗଡ଼ା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଏପରି ଘଟଣା ଘଟିଛି ରାୟଗଡା ସଦର ବ୍ଲକ୍ ଗୁମ୍ମା ଘାଟିରେ, ଆଜି ସକାଳୁ କୋରାପୁଟ ଜିଲ୍ଲା ବରିଗୁମା ଠାରୁ କାଠ ବୋଝେଇ ଟ୍ରକ ଜେକେପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଲା, ଟ୍ରକର ଡ୍ରାଇଭର ଓ ହେଲଫର ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଉଭୟଙ୍କ ଅବସ୍ଥା ଗୁରୁତର ରହିଛି, ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।