Hot Posts

6/recent/ticker-posts

ଶିଶୁମନ୍ଦିରରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଜୟପୁର, ୨୮/୦୨ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ଅତି ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଦିନ ପ୍ରଥମେ ଶିଶୁ ଭାଇ ଭଉଣୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯେପରିକି – ବିଜ୍ଞାନ ପ୍ରଶ୍ନମଂଚ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରକଳ୍ପ ଇତ୍ୟାଦି ଅନୁଷ୍ଠିତ କରାଯାଇଥିଲା । ପ୍ରତିଯୋଗିତା ପରେ ଦ୍ୱିତୀୟ ଅଧିବେଶନରେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ଶିଶୁଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ଭଟ୍ଟ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ସେହିପରି ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା, ସଂପାଦକ ଶ୍ରୀଯୁକ୍ତ ବିଜୟ କୁମାର ଭଟ୍ଟ, ବିଦ୍ୟାଳୟର ପ୍ରମୁଖ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ଶିଶୁଙ୍କୁ ଭାରତର ଅଗ୍ରଗତିରେ ବିଜ୍ଞାନର ଭୂମିକା କଣ ରହିଛି ସେ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ଶତପଥୀ ଆଜିର ଦିବସର ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କୁ ଜଣାଇଥିଲେ । ସେହିପରି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ଅନନ୍ତ ନାରାୟଣ ମହାପାତ୍ର, ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାମନ୍ଦିର ବିଭାଗର ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଣ୍ଡା ଏବଂ କାର୍ଯ୍ୟକ୍ରମ ପରିଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତି । ସମସ୍ତ ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ସେବାବ୍ରତୀମାନେ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।