କସ୍ତୁରବା ଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ
ବରୀ, ୨୪/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ପଞ୍ଚାୟତର ମାତୃମଙ୍ଗଳ କେନ୍ଦ୍ର(ସେବା ଘର) ଠାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଧର୍ମପତ୍ନୀ କସ୍ତୁରବା ଗାନ୍ଧୀଙ୍କ ୮୨ତମ ଶ୍ରାଦ୍ଧ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିରୂପମା ମଲ୍ଲିକ ପ୍ରଦ୍ଵୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ମା କସ୍ତୁରବାଙ୍କ ଜୀବନ ଦର୍ଶନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ ମା କସ୍ତୁରବାଙ୍କ ଅସ୍ପୃଶ୍ୟତା ନିବାରଣ, ସ୍ବାବଲମ୍ବୀ, ପତିବ୍ରତତା, ଜାତୀୟତାବୋଧ ପ୍ରଭୃତି ଗୁଣ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରୀ ରମାଦେବୀ ଆଶ୍ରମର ସମ୍ପାଦକ ରମାକାନ୍ତ ମଣ୍ଡଳ ଏବଂ ସଭାପତି ନିମାଇଁ ରାୟ ସ୍ଵାଧୀନତା ଆନ୍ଦୋଳନରେ କସ୍ତୁରବାଙ୍କ ଭୂମିକା ଏବଂ କସ୍ତୁରବା ମାତୃମଙ୍ଗଳ ସ୍ଥାପନା ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କସ୍ତୁରବା ମାତୃମଙ୍ଗଳ କେନ୍ଦ୍ରର ସଞ୍ଚାଳିକା ଭାରତୀ ଘୋଷ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଛାତ୍ର,ଛାତ୍ରୀ ଯୋଗ ଦେଇଥିଲେ ପରିଶେଷରେ ରାମଧୂନ ଗାନ କରାଯାଇ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା