ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର
କର୍ଲାମୁଣ୍ଡା, ୧୦/୦୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ତ୍ରିନାଥ ମଣ୍ଡପ ଠାରେ ଆର୍ଥିକ ଏବଂ ଡିଜିଟାଲ ସାକ୍ଷରତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପରିଚାଳକ ଦିନମଣି ନାଏକ ଉପସ୍ଥିତ ରହି ବ୍ୟାଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏଥିରେ ସିଆରପି ମମିତା ରଣା, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିବା ବେଳେ ବ୍ୟାଙ୍କ କ୍ୟାସିଅର ରବିନ୍ଦ୍ର ବାର୍ଲା, ସୁଶାନ୍ତ ରଣା ସହଯୋଗ କରିଥିଲେ।