ଜୟପୁର, ୦୪/୦୧ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଶାରିରୀକ ଅକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଭିନ୍ନକ୍ଷମ ଶାରୀରିକ ଚିକିତ୍ସା ସିବିର ଜିଲ୍ଲା ଶିଳ୍ପ ଶିକ୍ଷା ତାଲିମ କେନ୍ଦ୍ର ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ଜୟପୁର ବ୍ଲକ୍ ର ୫୦ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରି ଶାରିରୀକ ଚିକିତ୍ସା ଲାଭ କରିଥିଲେ, ଉକ୍ତ ଶିବିର କୁ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ, ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ, ଶ୍ରୀମତୀ ଲିପସା ମୁରଲି ସାହୁ ବୃହତ ସୁଚନା ସଂଯୋଜିକା, ଶ୍ରୀମତୀ ଦିବ୍ୟା ତେଜା ତଥ୍ୟ ପ୍ରେରଣ ଚାଳକ, ଶ୍ରୀ ଇନ୍ଦ୍ର ପ୍ରଧାନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ, ଡକ୍ଟର ଶ୍ରୀ ବିଭୂଦତ ବଳିଆର ସିଂହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାରିରୀକ ଚିକିତ୍ସା କରିଥିବା ବେଳେ ଶ୍ରୀ ସୁରଜ୍ କୁମାର ସହେଲ ସହାୟକ ତାଙ୍କୁ ଶାରିରୀକ ଚିକିତ୍ସା କାର୍ଯ୍ୟରେ ସହାୟତା କରିଥିଲେ, ଶ୍ରୀ ସୁଦର୍ଶନ ସୁନ୍ଦର୍, ପ୍ରିୟା ପାତ୍ର ଓ ଶୁଭଶ୍ରୀ ପାତ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଏହି ଶିବିର ୩ ଦିନ ଧରି ଚାଲିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ସୁଚନା ମିଳିଛି
ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ଯୁଜ


