ସ୍ମୃତି ସାଉଁଟିଲେ ଛାତ୍ର ଛାତ୍ରୀ
ବରୀ, ୦୯/୦୨ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ କନକଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୯୨ ମସିହା ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟଚ୍ ର ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ଓଳାଶୁଣୀ ପୀଠ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ଭୋଜିଭାତ ସହ ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ପୁରାତନ ଛାତ୍ରଛାତ୍ରୀମାନେ ସ୍ମୃତି ସାଉଁଟିଥିଲେ।ଏହି ଉତ୍ସଵ ରେ ଅରୁଣ ସାମଲ,ପ୍ରଶାନ୍ତ ପଢିହାରି, ଆଶିଷ ସାମଲ,ବିନାୟକ ପତି, ଅର୍ଚ୍ଚନା ଜେନା,ଶ୍ରୀମତୀ ବେହେରା,ତପସ୍ୱୀ ପଣ୍ଡା,ରୋହିତ ବେହେରା,କିରଣ ଜେନା,ମିନତୀ ସାହୁ,ସବିତା ନାୟକ,ପ୍ରମୋଦ ଜେନା,ଦୁଷ୍ମନ୍ତ ଦଳେଇ,ଶ୍ରୀକାନ୍ତ ଜେନା,ଲିଲିମା ନାଥ,ଦେବେନ୍ଦ୍ର ବେହେରା, ପ୍ରଭାତ ନାଥ,ସସ୍ମିତା ପତି, ସୁରେନ୍ଦ୍ର ମହାନ୍ତି,,ସୁଶାନ୍ତ ନାଥ,ରାଜେନ୍ଦ୍ର ନାଥ ଶର୍ମା,ଜ୍ୟୋତ୍ସ୍ନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ବନ୍ଧୁ ମିଳନ ଉତ୍ସଵ ରେ ୧୯୯୩ ବ୍ୟାଚର ଦେବୀଦତ୍ତ ସାମଲ(ଲିନୁ) ଯୋଗ ଦେଇ ଥିଲେ।