ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅଇଁଲାଭଟା ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା, ବିଗ୍ରହ ସ୍ଥାପନ ଓ ଗରୁଡ଼ ସ୍ତମ୍ବ ପ୍ରତିଷ୍ଠା। ରାଜ ଦରବାର ରେ ସମ୍ମାନୀତ ହେଲା ବଡଖବର୍ ପ୍ରତିନିଧି ଆଶିଷ କୁମାର ଭୋଇ।
ବରଗଡ଼, ୨୬/୦୨ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଆଇଁଲାଭଟା ଠାରେ 21 ତାରିଖ ରୁ 25 ତାରିଖ ପର୍ଯ୍ୟନ୍ତ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଗରୁଡ଼ ସ୍ତମ୍ବ ପ୍ରତିଷ୍ଠା ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସଭାପତି ଭାବରେ ଲୁଚେନ୍ଦ୍ର ସାହୁ, ସଂପାଦକ ସୁଦିତ୍ ସାହୁ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର କୌତୁକ ମେହେର, କମଟି ସଭ୍ୟ ଧନେଶ୍ଵର ମେହେର, ଦିବାକର ମେହେର, କ୍ଷୀରସାଗର ମେହେର, ଚିନ୍ତୁକ ସାହୁ, ଶୁଶାନ୍ତ ସାହୁ,ମୁନୁକୁ ମେହେର ଓ ଭାଗିରଥି କନ୍ଧ ବିଶେଷ ଭାବରେ ସହଯୋଗ କରିଥଲେ। ପ୍ରତ୍ୟହ ସନ୍ଧ୍ୟା ରେ ଦର୍ଶକ ଙ୍କ ମନୋରଞ୍ଜନ ନ ପାଇଁ ନାଟକ,ଦଣ୍ଡ ନୃତ୍ୟ, ରାଜ ଦରବାର,ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା।ତତ୍ ସହିତ ଶୋହଳ ପ୍ରହରୀ ନାମ ଯଜ୍ଞ ସହିତ ବୈଠକି ମଧ୍ୟ ଅନୁଷ୍ଟିତ ହୋଇଥିଲା। ପ୍ରତ୍ୟହ ଅନ୍ନ ଭୋଗ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଏହି ପ୍ରତିଷ୍ଠା ମହୋତ୍ସବ କୁ ଆଇଁଲାଭଟା ଗ୍ରାମ ବାସୀ ମାନେ ପୁର୍ଣ୍ଣ ରୂପରେ ସହଯୋଗ କରିଥିଲେ। ଅନ୍ତିମ ଦିବସ ରେ ପୁର୍ବତନ ମନ୍ତ୍ରୀ ରିତା ସାହୁ, ବଡ଼ ଖବର ର ବରିଷ୍ଟ ଯୁବ ସାମ୍ୱାଦିକ ଆଶିଷ କୁମାର ଭୋଇ, ସାମ୍ୱାଦିକ ଭାଗିରଥି ଭୋଇ, ପୁର୍ବତନ ସରପଞ୍ଚ ଚୈତନ୍ୟ ସାହୁ, ଜିଲ୍ଲା ପରିଷଦ ନୀଳମଣି ବରିହା, ସରପଞ୍ଚ ସଞ୍ଜୀବ ସାହୁ ଯୋଗ ଦେଇଥିଲେ।
ବରଗଡ ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ