ଭବାନୀପାଟଣା, ୨୬/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭି ଫେଷ୍ଟ 4.0, ଲକ୍ଷ୍ମୀ ବିକାଶ ହାୟର ଏଡୁକେସନାଲ୍ ଇନ୍ଷ୍ଟିଟ୍ୟୁସନ୍ସ, ଭବାନୀପାଟଣାର ଏକ ବିଶାଳ ଟେକ୍ ଫେଷ୍ଟ, ୨୬ ଫେବୃଆରୀ ୨୦୨୬ ତାରିଖରେ ଉଦ୍ଘାଟିତ ହୋଇଥିଲା। ଏହି ଉଦ୍ଘାଟନୀ ଅବସରରେ ଲକ୍ଷ୍ମୀ ବିକାଶ ହାୟର ଏଡୁକେସନାଲ୍ ଇନ୍ଷ୍ଟିଟ୍ୟୁସନ୍ସର ଚେୟାରମ୍ୟାନ୍ ଶ୍ରୀ ଡି. ନାଗେଶ୍ୱର ରାଓ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଡ. ସନ୍ଦୀପ୍ତ କୁମାର ନାୟକ, Dean, OUAT, Bhawanipatna, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ତାଙ୍କ ମୁଖ୍ୟ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏଲ୍ଭିଜିଆଇର ନିର୍ଦ୍ଦେଶକ ଶ୍ରୀ ଡି. ଶ୍ୟାମ, ଶ୍ରୀ ଡି. ରାମ କୁମାର, ଏକାଡେମିକ୍ ଇନ୍ଚାର୍ଜ୍ ଶ୍ରୀମତୀ ଡି. ବିଜୟା, ପରିଚାଳନା ମଣ୍ଡଳୀର ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ, ଓ ସମସ୍ତ ଅଧ୍ୟକ୍ଷ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ କରିଥିଲେ। ଏହି ଆୟୋଜନ ୨୬ ରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀମାନେ ପୋଷ୍ଟର ପ୍ରଦର୍ଶନୀ (ଭଏସ୍ ଫର୍ ଚେଞ୍ଜ୍), ପାୱାରପଏଣ୍ଟ ପ୍ରଦର୍ଶନୀ (ସ୍ଲାଇଡ୍ ଟୁ ସକ୍ସେସ୍), ଷ୍ଟାର୍ଟଅପ୍ ପ୍ରଦର୍ଶନୀ ( future founder hub) ଏବଂ ମଡେଲ୍ ପ୍ରଦର୍ଶନୀ (Empathy and action zone) ସହ ଅନ୍ୟାନ୍ୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବେ। ଏହି ଅବସରରେ ରୋହିତ କୁମାର ସାହୁ, ପ୍ରିନ୍ସ ଭତ୍ରା, ବିଶ୍ୱମୋହନ ସିଂହ, ପ୍ରିୟାଂଶୁ ଶେଖର ବିଡିକା, ଆକାଶ ଖରସେଲ ଏବଂ ନିଗମାନନ୍ଦ ନାୟକଙ୍କୁ ହ୍ୟାକାଥନ୍ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବା ସହିତ “ବ୍ରେନ୍ ଓ ଭିଜନ୍” କମ୍ପାନୀ ପକ୍ଷରୁ ଇଣ୍ଟର୍ନଶିପ୍ offer letter ପ୍ରାପ୍ତ ହେବାରୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏହା ସହିତ ଆଲୋକ କୁମାର ରାୟ ସାମନ୍ତ ଇଣ୍ଟର କଲେଜ୍ ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଏବଂ ଶଟ୍ପୁଟ୍ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆୟୁଷ ମିଶ୍ର ଇଣ୍ଟର ୟୁନିଭର୍ସିଟି କ୍ରିକେଟ୍ ପ୍ରତିଯୋଗିତା ପାଇଁ ଚୟନିତ ହୋଇଥିଲେ। ମୁସ୍କାନ ଛତ୍ରିଆ ଇଣ୍ଟର ୟୁନିଭର୍ସିଟି ମହିଳା ଖୋ-ଖୋ ଦଳରେ ଓ ରାଜବୀର ସିଂହ ପୁରୁଷ ଖୋ-ଖୋ ଦଳରେ ଚୟନିତ ହୋଇଥିଲେ। ଆୟୁଷ ଭତ୍ରା ରାଜ୍ୟସ୍ତରୀୟ ଇଣ୍ଟର ୟୁନିଭର୍ସିଟି ସାହିତ୍ୟ ଓ ସାଂସ୍କୃତିକ ସମ୍ମିଳନୀରେ ଇଂରାଜୀ କାହାଣୀ ଲେଖନ ପାଇଁ ଚୟନିତ ହୋଇଥିଲେ। ସେହି ଭଳି ଜୟିତା ଜାନା, ସୋନାଲ ଅଗ୍ରୱାଲ ଏବଂ ସିଦ୍ଧାର୍ଥ ରଞ୍ଜନ ଦାସ ବିଜୟବାଡାରେ ଆୟୋଜିତ ଜାତୀୟ ସ୍ତରୀୟ ହ୍ୟାକାଥନ୍ “ମାଇଣ୍ଡ ସ୍ପିରିଟ୍ ୨୦୨୫”ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଏହି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ତିନି ଦିନ ଧରି ଏହି ଉତ୍ସବରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ଅନଲାଇନ୍ ଖେଳ ପ୍ରତିଯୋଗିତା ଓ ଖାଦ୍ୟ ଉତ୍ସବ ଆୟୋଜିତ ହେବ। ରାଇପୁରର ପ୍ରସିଦ୍ଧ ପଜ୍ ବ୍ୟାଣ୍ଡ ଓ ଲୋକପ୍ରିୟ ସମ୍ବଲପୁରୀ ଗାୟକ ଅଙ୍କିତ ରାଜ ଓ ତାଙ୍କ ଦଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ଏହି ଶିକ୍ଷା ଅନୁଷ୍ଠାନର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କର ସମୂହିକ ପ୍ରୟାସରେ ଭିଫେିଟ ୪.୦ ସଫଳତାର ସହିତ ଅନୁଷ୍ଠିତ ହେବାକୁ ଯାଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
