ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ମୃତିସଭା
ବରୀ, ୨୬/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ମନ୍ଦାରି ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁମାର ଜେନାଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭବନଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେଇଯାଇଛି। ବାଲିଆ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବପ୍ରସାଦ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ କାନ୍ତ ଜେନା, ନୃସିଂହ ଚରଣ ବେହେରା, ନିଳମଣି ସାମଲ, ନିମାଇଁ ରାୟ, ପ୍ରଧାନ ଶିକ୍ଷକ ନିର୍ମଳ ଜେନା, ପୂର୍ବତନ ସରପଞ୍ଚ ହରିହର ପଣ୍ଡା, କେଦାର ଚନ୍ଦ୍ର ସାମଲ, କୈଳାସ ଜେନା ପ୍ରମୁଖ ଯୋଗଦେଇଥିଲେ I ସ୍ୱର୍ଗତଃ ଜେନାଙ୍କ ନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମରଣିକା ‘କୁମାର ଚିର ଅମର'କୁ ଉନ୍ମୋଚନ କରାଯାଇଥିଲା। এ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଅତୁଲ୍ୟ କୁମାର ମଙ୍ଗରାଜ, ପ୍ରେମାନନ୍ଦ ଜେନା, ଡ. ଭାଗ୍ୟଧର ସାହୁ, ପୂର୍ଣ୍ଣଚନ୍ଦ୍ର ଜେନା, ସୁନନ୍ଦା ଦା ଦାସ, ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ