Hot Posts

6/recent/ticker-posts

ଧର୍ମପ୍ରାଣା ବ୍ୟକ୍ତିଙ୍କ ପରଲୋକ

ବରୀ, ୨୧/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବାସିନୀ ନାଥଶର୍ମାଙ୍କ ଶ୍ୱଶୁର ତଥା ଧର୍ମପ୍ରାଣା ବ୍ୟକ୍ତି ବଳରାମ ଶର୍ମା(୮୩)ଙ୍କ କାନ୍ତିଆ ବାସଭବନ ଠାରେ ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ସ୍ନେହବତ୍ସଳ ଓ ଧର୍ମପ୍ରାଣା ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ମରଶରୀରକୁ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ତାଙ୍କ ବାସଭବନରେ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ, ବୁଲୁ ଯାଦବ, ସୁଶାନ୍ତ ମଲ୍ଲିକ, ପ୍ରକାଶ ଲେଙ୍କା, ସୁଶାନ୍ତ ବିଶ୍ବାଳ, ଅକ୍ଷୟ ମଲ୍ଲିକ, ହିମାଂଶୁ ଦାଶ ପ୍ରମୁଖ ପହଁଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ମରଶରୀର ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବ ଥ‌ିବା ବେଳେ ପରିବାର ବର୍ଗ ଓ ଆତ୍ମମୀୟସ୍ବଜନ ଉପସ୍ଥିତ ଥିଲେ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।