ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା
ବରୀ, ୨୧/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅରଙ୍ଗାବାଦ ପଞ୍ଚାୟତ ରଜାପୁର ସ୍ଥିତ କୃଷ୍ଣଚନ୍ଦ୍ର ଉନ୍ନିତ ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଓ ବିଦ୍ୟାଳୟର ଜନ୍ମ ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ମଣ୍ଡଳ ସହଶିକ୍ଷାଅଧିକାରିଣୀ ସଂଯୁକ୍ତା ମିଶ୍ର, ମୁଖ୍ୟଵକ୍ତା ପୂର୍ବତନ ସହ ଶିକ୍ଷାଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଦେବବ୍ରତ ରାଉତ, ସମାଜସେବୀ ପ୍ରଦୀପ କୁମାର ଦାସ, ୱାର୍ଡ ସଭ୍ୟ ସଂଯୁକ୍ତା ପାଗଳ, ପୂର୍ବତନ ଛାତ୍ର ନିରୋଦ ମଲ୍ଲିକ, ଅବସରପ୍ରାପ୍ତ ସେନା କର୍ମଚାରୀ ଗୟାଧର ଦାସ, ସମାଜସେବୀ ସଞ୍ଜୟ ବେହେରା, ସହକାରୀ ଶିକ୍ଷକ କାଳୀ ପ୍ରସାଦ ଦାସ, ପ୍ରଧାନଶିକ୍ଷକ ତ୍ରିଲୋତମା ଟୁଡୁ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଯୋଗିତା ସମ୍ପର୍କ ରେ ନିଜ ନିଜର ବକ୍ତବ୍ୟ ଦେଇଥିଲେ l ଏହି ଅବସର ରେ ବିଭିନ୍ନ କ୍ରୀଡା ରେ ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଉକ୍ତ ଉତ୍ସବ କୁ ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ରାଉତ ଓ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ଅଙ୍ଗନବାଡି କର୍ମୀ ସହଯୋଗ କରିଥିବା ବେଳେ ମନୋଜ ରାଉତ ଧନ୍ୟବାଦ ଦେଇଥିଲେ l