ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ
ରାୟଗଡ଼, ୨୧/୦୨ ( ଭି. ଗୌରି ଶଙ୍କର ରାଓ ) : ସ୍ଥାନୀୟ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ସିଆରସିସି ସଦାନନ୍ଦ ନାୟକ ଯୋଗଦେଇ ମାତୃଭାଷା ଦିବସର ମହତ୍ତ୍ଵ ବିଷୟରେ ଉଦବୋଧନ ରଖିଥିଲେ | ଏହି ଅବସରରେ ପିଲାଙ୍କ ମଧ୍ୟରେ ନିବନ୍ଧ, କବିତା ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା | ଶେଷରେ ସଭିଏଁ ମାତୃଭାଷା ବ୍ୟବହାର ସମ୍ପର୍କରେ ଶପଥପାଠ କରିଥିଲେ | ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ଙ୍କ ସହ ବାସନ୍ତୀ ମିଶ୍ର, ନୀଳାଞ୍ଚଳ ମିଶ୍ର, ମନୋରମା ସାହୁ, ମଧୁସ୍ମିତା ତ୍ରିପାଠୀ ପ୍ରମୂଖ ମଞ୍ଚାସୀନ ଥିଲେ ଓ ସମସ୍ତ ଛାତ୍ର, ଛାତ୍ରୀ ଯୋଗଦେଇଥିଲେ |