ଏପଷ୍ଟିନ୍ ମାମଲାରେ ସଂପୃକ୍ତ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଙ୍ଗ ପୁରୀଙ୍କ ଇସ୍ତଫା ଦାବୀରେ ମହିଳା କଂଗ୍ରେସର ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ।
ଜୟପୁର, ୨୬।୨ ( ଏ. ଭେଙ୍କଟ ରାଓ ) : ଏପଷ୍ଟିନ୍ ମାମଲାରେ ସଂପୃକ୍ତ ଥିବା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଙ୍ଗ ପୁରୀଙ୍କ ଇସ୍ତଫା ଦାବୀ କରି ମହିଳା କଂଗ୍ରେସ ବିକ୍ଷୋଭ କରିବା ସହ ରାହୁଳ ଗାନ୍ଧୀ ଙ୍କୁ ଅପମାନିତ କରିଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏବଂ ସାଂସଦ ହର୍ଡିପ ସିଂ ପୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ଵରେ ନଳିନୀ ରଥ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରିଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକୁ ଏବଂ ପୌର ଅଧକ୍ଷ ନରେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକାର ନାରାବାଜି ସହ ଏହି କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସର ସଞ୍ଜୁ ନାୟକ, ଶାନ୍ତିଲତା ବିନ୍ଧାଣି, ପୌର ସଭ୍ୟ ମମତା ବିଶ୍ଵାଳ, ପି ରାମ ଲକ୍ଷ୍ମୀ, ମଧୁସ୍ମିତା ଓରାମ, ଉଷାରାଣୀ ଦଣ୍ଡସେନା, ପ୍ରତିତି ଗୌଡ, ଶାନ୍ତି ନାୟକ, ସ୍ମିତା ବେହେରା, ପ୍ରଣବ ନାୟକ, ଗାୟତ୍ରୀ ଖରା, ଦେବଶ୍ରୀ ନାୟକ, ରବିନ୍ଦ୍ର ସାହୁ,ବ୍ଲକ ସଭାପତି ବସନ୍ତ ନାୟକ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ନିହାର ବିଶୋଇ, ଗଙ୍ଗା ସାହୁ, ସନୁ ଦଣ୍ଡସେନା, ବି.ଶ୍ରିନୁ ରାଓ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।