Hot Posts

6/recent/ticker-posts

ଶ୍ରୀକ୍ରୀଷ୍ଣା ଫୁଡ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୨୪ୟୁନିଟ ରକ୍ତ ସଂଗୃହୀତ

ବରଗଡ଼, ୨୨/୦୨ ( ଭାଗିରଥି ଭୋଇ ) : ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ର ମାଲିପାଲି ମାଇନର ଭେଡେନ ରୋଡ ରେ ଥିବା ଶ୍ରୀକ୍ରୀଷ୍ଣା ଫୁଡ ଠାରେ ନିଷ୍ଠା ପରିବାର ଓ କେଣ୍ଡିଟ କମରସିଆଲ, ବରଗଡ଼ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ମିଲ ମାଲିକ କରୁଣା କର ପଂସାରି ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୨୪ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ଶ୍ରୀକ୍ରୀଷ୍ଣା ଫୁଡ,କେଣ୍ଡିଟ କମରସିଆଲ ର କର୍ମଚାରୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ଶୁଭେଛୁ,ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।


 ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ