Hot Posts

6/recent/ticker-posts

ବାଲିଆ କଲେଜରେ ଜାତିୟ ଯୁବ ଦିବସ ପାଳିତ

ବରୀ, ୧୪/୦୧ ( ରଂଜିତ ମହାନ୍ତି ) : ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରୋଦ କୁମାର ଜେନା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵାମୀ ବିବେକାନନ୍ଦଙ୍କର ଜୀବନୀ ଓ ବାଣୀ ଉପରେ ଆଲୋଚନା ହୋଇଥିଲା । ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନାଚକ୍ରରେ ତର୍କଶାସ୍ତ୍ର ବିଭାଗର ଅଧ୍ୟାପିକା ସରୋଜିନୀ ପୃଷ୍ଟି, ଗଣିତ ବିଭାଗର ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି, ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପ୍ରଗତି ଦାସ, ଶୃତି ପଟ୍ଟନାଏକ୍, ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ନିମାଇଁ ଚରଣ ଲେଙ୍କା, ଅର୍ଥନୀତି ବିଭାଗର ଅଧ୍ୟାପିକା ରଶ୍ମିତା ସାହୁ, ଇତିହାସ ବିଭାଗର ଅଧ୍ୟାପିକା ଇତିଶ୍ରୀ ଦାସ, ଇଂରାଜୀ ବିଭାଗର ଅଧ୍ୟାପକ ତତ୍ତ୍ବମସି ନାଏକ, ସଂସ୍କୃତ ବିଭାଗର ଅଧ୍ୟାପିକା ଭକ୍ତିଲତା ସୁତାର ପ୍ରମୁଖ ଅଂଶଗ୍ରହଣ କରି ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଏକ ଉତ୍ତମ ନାଗରିକ ହୋଇ ରାଷ୍ଟ୍ରର ସେବା କରିବା ପାଇଁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ କିରାଣୀ ସରୋଜକାନ୍ତ ଜେନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା