Hot Posts

6/recent/ticker-posts

କେଶବ ପ୍ରଭାତ ଶାଖାର ମକର ଉତ୍ସବ ପାଳନ।

ଜୟପୁର, ୧୪।୧ ( ଏ. ଭେଙ୍କଟ ରାଓ ) : ସହରର ସୂର୍ଯ୍ୟମହଲ ଠାରେ ନିତ୍ୟ ଲାଗୁଥିବା କେଶବ ପ୍ରଭାତ ଶାଖାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ନଗର ସଂଘ ଚାଳକ ଡ ନିରଞ୍ଜନ ମିଶ୍ର ଅତିଥି ଭାବେ ବାବୁ ଭାଇ ବଜରଙ୍ଗି ମୁଖ୍ୟ ବକ୍ତା ଭାବେ ମହେନ୍ଦ୍ର ମିଶ୍ର ମୁଖ୍ୟ ଶିକ୍ଷକ ବିଷ୍ଣୁ ପ୍ରସାଦ ସାହୁ ପ୍ରାର୍ଥନା ପ୍ରମୁଖ ସୁବ୍ରତ ପଣ୍ଡା ରହିଥିଲେ ମକର ଚାଉଳ ପୂଜନ ପରେ ସାଧାରଣରେ ବଣ୍ଟନ କରାଯାଇଥିଲା। ମୁଖ୍ୟ ବକ୍ତା ଏହି ଉତ୍ସବ ପାଳନ ସଂକ୍ରାନ୍ତେ କହିଥିଲେ ମକର ସଂକ୍ରାନ୍ତି ହେଉଛି ଭାରତର ଏକ ପ୍ରମୁଖ ସାଂସ୍କୃତିକ ବୌଦିକ ଏବଂ ଆଧ୍ୟାତ୍ମିକ ପର୍ବ। ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ଯାହାକୁ ମକର ସଂକ୍ରାନ୍ତି କୁହାଯାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ଏବଂ ଦିନ ଗୁଡ଼ିକ ବଡ଼ ହେବା ସହ ଶୀତର ପ୍ରକୋପ କମିବାକୁ ଲାଗେ।​ଭାରତ ଏକ ବିବିଧତାର ଦେଶ ହୋଇଥିବାରୁ ଏହି ଗୋଟିଏ ପର୍ବକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଏବଂ ସ୍ଥାନୀୟ ପରମ୍ପରା ଅନୁସାରେ ପାଳନ କରାଯାଏ। 


​​