Hot Posts

6/recent/ticker-posts

ମକର ସଂକ୍ରାନ୍ତି ମହୋତ୍ସବରେ ସାଂସ୍କୃତିକ ମଞ୍ଚ ଉଦ୍ ଘାଟନ କଲେ ବିଧାୟକ

କନ୍ଧମାଳ, ୧୬/୦୧ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : ମକର ସଂକ୍ରାନ୍ତି ଭାରତର ଏକ ପ୍ରମୁଖ ଓ ପବିତ୍ର ପର୍ବ। ପ୍ରତିବର୍ଷ ଜାନୁଆରୀ ମାସ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଏହି ପର୍ବ ପାଳିତ ହୁଏ । ଏହା ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରାର ଆରମ୍ଭ ସୂଚକ ହୋଇଥାଏ । ଓଡ଼ିଶାରେ ଏହି ଦିନ ନୂଆ ଧାନ, ଚୁଡ଼ା, ଗୁଡ଼, ଖଇ, କଦଳୀ ଓ ନଡ଼ିଆ ସହ “ମକର ଚାଉଳ” ପ୍ରସ୍ତୁତ କରାଯାଇ ଦେବଦେବୀଙ୍କୁ ଅର୍ପଣ କରାଯାଏ । ଗ୍ରାମ ଓ ସହରରେ ପୂଜାର୍ଚ୍ଚନା, ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପର୍ବ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଏ । ମକର ସଂକ୍ରାନ୍ତିର ପବିତ୍ର ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍ ନୂଆ ଗାଁ ଠାରେ ବୁଧବାର ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ଉଦ୍ ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ଭଗବାନ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସରପଞ୍ଚ ଶ୍ରୀମତୀ ସ୍ୱର୍ଣଲତା କହଁର,ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀଯୁକ୍ତ ଦେବାଶିଷ ପ୍ରିୟଦର୍ଶିନୀ ସାହୁ, ସାଂସଦ ପ୍ରତିନିଧି ଶ୍ରୀ ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ । ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ସହ ଉତ୍ସବମୟ ପରିବେଶରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ତିନି ଦିନପାଇଁ ହେଉ ଥିବା ବେଳେ ପ୍ରଥମ ରାତ୍ରିରେ ଗ୍ରାମର ଶ୍ରୀଶ୍ରୀ ଯଜ୍ଞେଶ୍ୱର ମହାଦେବ ପରିଚାଳନା କମିଟି ଆନୁକୂଲ୍ୟ ୮ମ ଅବଦାନରେ ଶ୍ରୀ ସନ୍ତୋଷ କୁମାର ସାହୁ ନିର୍ଦ୍ଦେଶନରେ " ଅଗଣା ମଝିରେ ଶାଗୁଣା ବସା" ସାମାଜିକ ନାଟକ ମଞ୍ଚସ୍ଥ କରାଯାଇଥିଲା ବେଳେ ଗୁରୁବାର ଦିବସରେ ପୌରାଣିକ ନାଟକ ଓ ରାତ୍ରୀ ମାଁ ତାରିଣୀ ନାଟ୍ୟକଳା ସାଂସ୍କୃତିକ ପରିଷଦ ଖଜୁରୀପଡ଼ା ପକ୍ଷରୁ "ଏ ଆଖି ଖୋଜୁଛି ତୋତେ" ନାଟକ ଓ ଶୁକ୍ରବାର ଦିବସରେ ପୌରାଣିକ ନାଟକ ହେବାକୁ ରହିବା ବେଳେ ରାତ୍ରୀ ମାଁ ଡଙ୍ଗେରୀ କଳା ପରିଷଦ ଲାଇନ୍ ପଡା ତରଫରୁ " ଆସିଛି ଏକା ଯିବି ମୁଁ ଏକା "ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ପରିଚାଳନା କମିଟି ସଭାପତି ଶ୍ରୀ ଯୁଧିଷ୍ଠିର ସାହୁ , ସମ୍ପାଦକ ଶ୍ରୀ ନୀଳମାଧବ ପାଢ଼ୀ, କୋଷାଧ୍ୟକ୍ଷ ବିପିନୀ ବେହେରା ସମେତ ସମସ୍ତ କର୍ମ କର୍ତ୍ତା ସୂଚନା ଦେଇଛନ୍ତି । ଏହା ସହିତ ଖଜୁରୀ ପଡା ଅଞ୍ଚଳର ଚାରିପଡା ତାଡିସୁର ବାଇ ପୀଠ ଓ କଲାଡି ଠାରେ ପାରମ୍ପରିକ ରୀତିନୀତି ଅନୁସାରେ ମକର ସଂକ୍ରାନ୍ତି ମହୋତ୍ସବ ପାଳନ କରାଯାଇଛି ।