Hot Posts

6/recent/ticker-posts

ପବିତ୍ର ବସନ୍ତ ପଞ୍ଚମୀରେ ଶିକ୍ଷା ଅନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ସରସ୍ୱତୀ ପୂଜା

ଖଜୁରୀପଡ଼ା, ୨୩/୦୧ ( ଅଚ୍ୟୁତ ଜାନୀ ) : ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସ୍କୁଲ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର ସହ ସାଧାରଣ ସ୍ଥାନରେ ମାଁ ସରସ୍ୱତୀଙ୍କ ପୂଜା ଭକ୍ତି, ଶ୍ରଦ୍ଧା ଓ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମନ୍ତ୍ରୋଚ୍ଚାରଣ ଓ ପୂଜାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ହଳଦିଆ ବସ୍ତ୍ର ପରିଧାନ କରି ମାଁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଜ୍ଞାନ, ବୁଦ୍ଧି, ସଂସ୍କାର ଓ ସଫଳତା କାମନାରେ ଶ୍ରଦ୍ଧାଳୁମାନେ ମାଁ ସରସ୍ୱତୀଙ୍କ ଆଶୀର୍ବାଦ ନେଇଥିଲେ । ପୂଜା ଅବସରରେ ବିଭିନ୍ନ ସ୍ଥାନରେ ଭଜନ, କୀର୍ତ୍ତନ, ସାରସ୍ୱତ ଗୀତ, ଚିତ୍ରାଙ୍କନ, ବକ୍ତୃତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିକ୍ଷକମାନେ ମାଁ ସରସ୍ୱତୀଙ୍କ ଆଦର୍ଶ ଅନୁସରଣ କରି ଛାତ୍ରଛାତ୍ରୀମାନେ ସୁଶିକ୍ଷିତ ଓ ସୁସଂସ୍କୃତ ହେବାକୁ ଆହ୍ୱାନ କରିଥିଲେ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ସମଗ୍ର ଅଞ୍ଚଳରେ ଉତ୍ସବମୟ ପରିବେଶରେ ପୂଜା ସମ୍ପନ୍ନ ହୋଇଥିଲା ।