Hot Posts

6/recent/ticker-posts

ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ଖୁଣ୍ଟ ସ୍ଥାପନ ।

କନ୍ଧମାଳ, ୨୭/୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଦଳପଡା ପଞ୍ଚାୟତ ଅନ୍ତର୍ଗତ ନଗଲେଜୁ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ଖୁଣ୍ଟ ସ୍ଥାପନ ହୋଇଛି । ସୂଚନା ପ୍ରକାରେ ଦଳପଡା ପଞ୍ଚାୟତ ଅନ୍ତର୍ଗତ ନଗଲେଜୁ ଗ୍ରାମରେ ଆସନ୍ତା ତା- ୧୧/୨ /୨୦୨୬ ରିଖ ଠାରୁ ତା- ୧୩/୨/୨୦୨୬ ତିନି ଦିନ ଧରି ଅଷ୍ଟପ୍ରହରୀ ନାମ ଯଜ୍ଞ ସହିତ ଧର୍ମ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ଦିନ ଅପରାହ୍ନରେ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଥିଲା ପାରମ୍ପରିକ ବାଜା ବାଦ୍ୟ ନୃତ୍ୟରେ ଖୁଣ୍ଟ କୁ ବରଣ କରି ଆଣି ସ୍ଥାପନ ହୋଇଥିଲା । ଏଥିରେ କମିଟି ସଭାପତି ଶ୍ରୀ ସଂଶାର ବେହେରା, ସମ୍ପାଦକ ଅର୍ଜୁନ ବେହେରା ସମେତ କମିଟି ସଦସ୍ୟ ଗ୍ରାମବାସୀ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ।