Hot Posts

6/recent/ticker-posts

ଜାତୀୟ ଯୁବ ଦିବସ ପାଳିତ

କର୍ଲାମୁଣ୍ଡା, ୧୨/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଙ୍ଗା ଗ୍ରାମର କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତରଫରୁ "ଜାତୀୟ ଯୁବ ଦିବସ" ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ପରାମର୍ଶଦାତା ତଥା ଶିକ୍ଷା ଅଧ୍ୟାପକ ସମୀର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଅଧ୍ୟାପିକା ମଞ୍ଜୁଲତା ମାଝୀ, ସମ୍ମାନିତ ଅତିଥି ଭାବେ ଇତିହାସ ଅଧ୍ୟାପକ ଟିକେଧର ରଣା ଯୋଗଦାନ କରିଥିଲେ। ଗ୍ରନ୍ଥଗାରିକ ବସନ୍ତ କୁମାର ସାହୁ, ଚତୁର୍ଥ କର୍ମଚାରି ଚମ୍ପୁଲାଲ ରଣା, ଡୋଲେଶ୍ୱର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଇତିହାସ ଅଧ୍ୟାପକ କସ୍ତୁବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।