Hot Posts

6/recent/ticker-posts

ଜି.ସି କଲେଜରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମର ୧୫୦ ତମ ବର୍ଷିକୀ ପାଳନ

ବରୀ, ୧୩/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହା ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମର ୧୫୦ ତମ ବର୍ଷିକୀ ପାଳିତ ହୋଇ ଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ସମସ୍ତେ ବନ୍ଦେ ମାତରମ ଗାନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦେଶାତ୍ମକ ସଙ୍ଗୀତ ଗାନ କରିବା ସହିତ ଦେଶାତ୍ମ ବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।