ବିନା ସୂଚନାରେ ଏଚ ଏ ଏଲ୍ ପରିସରରେ ଥିବା ବିସ୍ଥାପିତ ବସ୍ତିକୁ ଭାଙ୍ଗି ଦିଆ ଯାଇଛି ।
କୋରାପୁଟ, ୨୩/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ସୁନାବେଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ଏଚ୍ ଏ ଏଲ୍ ପରିସରରେ ଆଜକୁ ପ୍ରାୟ ୨୫ ରୁ ୪୦ ବର୍ଷ ଧରି ବସବାସ କରି ଆସୁଥିବା ବିସ୍ଥାପିତ ବସ୍ତିକୁ ଗତ ୨୧/୦୧/୨୦୨୬ ତାରିଖରେ ବିନା ସୂଚନାରେ ବଳପୂର୍ବକ ସକାଳ ୭ ଘଣ୍ଟା ସମୟରେ ହାରାହାରି ପ୍ରାୟ ୮୦ ଗୋଟି ଗୃହ ମଧ୍ୟରୁ ୬ ଗୋଟି ଗୃହକୁ ଜେସିବି ଦ୍ବାରା ଭାଙ୍ଗି ଦିଆ ଯାଇଛି ,ସେମାନଙ୍କର ନାମ ଗୁଡ଼ିକ ହେଲା ଯଥା : ଚୈତନ୍ ବୁରୁଡ଼ି, କମଳୁ ଖିଲ,ରଘୁ କିନିବୁଡ଼ି, ହରିବନ୍ଧୁ ଖିଲ, ମଙ୍ଗୁଲୁ ଦେଉଳପାଡ଼ିଆ,ଭାସ୍କର ମାଛ ସହ ବସ୍ତିର ଲୋକମାନେ ଘୋର୍ ବିରୋଧ କରିବା ସତ୍ତ୍ୱେ ମଧ୍ୟ ଜବରଦସ୍ତ ଭଙ୍ଗିଦିଆଗଲା । ଗୃହମାନଙ୍କର ବିଭିନ୍ନ ଅସବାପତ୍ର ନଷ୍ଟ ହେଲା ଓ ଟଙ୍କା ପଇସା ଓ ସୁନାଗହଣା ଗୁଡ଼ିକ ଦେଖା ଯାଉ ନାହିଁ । ତେଣୁ, ଆମେ ବିସ୍ଥାପିତ ସଂଗଠନର ସଭାପତି ଶ୍ରୀ ତ୍ରିଲୋଚନ ମୁଦୁଲି ଓ ସମ୍ପାଦକ ଶ୍ରୀ କମଲୁ ପାଙ୍ଗିଙ୍କ ନେତୃତ୍ୱରେ ମହିଳା ଓ ପୁରୁଷ ସମସ୍ତେ ବସ୍ତିନିବାସୀ କୋରାପୁଟ ଜିଲ୍ଲାପାଳ ଓ ଏସ୍ ପିଙ୍କ ଦ୍ବାରସ୍ଥ ହୋଇ ଆମେ ଆମର ସମସ୍ତ ଅଭିଯୋଗ ଲିଖିତ ଆକାରରେ ଦେଇଅଛୁ । ସେହି ବସ୍ତିରେ ଆଜକୁ ୧୯୮୫ - ୨୦୨୬ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ବର୍ଷ ଧରି ବସବାସ କରି ଆସୁଛୁ। ଏହି ହିନ୍ଦୁସ୍ଥାନ ମିକ୍ କାରଖାନା ପ୍ରାୟ ୧୯୬୩ ମସିହାରେ ସ୍ଥାପିତ ହେଲା । କମ୍ପାନୀରେ ଚାକିରୀ ଦେବା ଆଳରେ ଆମଭଳିଆ ଗରୀବ ଓ ଅଶିକ୍ଷିତ ଲୋକମାନଙ୍କର ସମସ୍ତ ଜଳ,ଜମି ଓ ଜଙ୍ଗଲ ହରଣ କରି ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେମାନେ ପୂର୍ଣ୍ଣ କଲେ ନାହିଁ । ତେଣୁ, ଆମେ ୨୨ ଗୋଟି ଗ୍ରାମ ମଧ୍ୟରୁ ୩ଟି ଗ୍ରାମର ଗ୍ରାମବାସୀ ଅର୍ଥାତ୍ ତଲାପୁଟ,ସିନ୍ଧିପୁଟ ଓ ପାଙ୍ଗିଗୁଡ଼ାର ଲୋକମାନେ ବାସସ୍ଥାନ ନ ଥିବାରୁ ନିଜ ପଟ୍ଟା ଜାଗାରେ ଅର୍ଥାତ୍ ଏଚ୍ ଏ ଏଲର ପରିସରରେ ୧୯୮୫ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବସବାସ କରି ଆସୁଛୁ । କିନ୍ତୁ ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଚ୍ ଏ ଏଲ ର କର୍ତ୍ତୃପକ୍ଷ ଆମ ବିରୁଦ୍ଧରେ ଅଭିଯୋଗ କରିବାରୁ ଆମେ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ବିଚାର ଅଧିନସ୍ଥରେ ଅଛୁ। ଏବଂ ଓଡ଼ିଶା ଉଚ୍ଚ ନ୍ୟାୟଳୟ ଜଷ୍ଟିସ ଭି ନରସିଂହ ସୁରକ୍ଷା ଦେବା ପାଇଁ ୧୮/୦୬/୨୪ ଓ ୨୦୨୫ ରେ ଜଷ୍ଟିସ ଦିକ୍ସିଟ.କେ.ଏସ୍ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ସୁରକ୍ଷା ଦେବା ପାଇଁ ଆଦେଶ ଦେଇଛନ୍ତି । ତେବେ କିପରି ବିନା ଅନୁମତିରେ ବା ବିନା ସୂଚନାରେ ବସା ଗୃହଗୁଡିକ ଭାଙ୍ଗିଦେବା ଏକ ଗୁରୁତର ଅପରାଧ ଅଟେ । ତେଣୁ, ଆମେ ଓଡ଼ିଶା ସରକାର ଓ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟଳୟକୁ ବିଶେଷ ଅନୁରୋଧ କରୁଛୁ ସେମାନଙ୍କୁ ଉଚିତ୍ କାର୍ଯ୍ୟାନୁଷ୍ଠାନ କରାଯାଉ ଓ ଯାହା ଆମର କ୍ଷତି ହୋଇଛି ତାହା ସବୁ ଦିଆଯାଉ ଓ ଏହି ୮୦ ଗୋଟି ପରିବାର ରହିଥିବା ବସ୍ତିକୁ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟଳୟ ଉଚିତ୍ ନ୍ୟାୟ ପ୍ରଦାନ କରୁ ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୂଜ୍