Hot Posts

6/recent/ticker-posts

ଅଖିଳ ଭାରତୀୟ କ୍ଷତ୍ରୀୟ ଗୋଣ୍ଡ ସମାଜ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି

ପାଇକମାଲ, ୨୩/୦୧ ( ଭାଗିରଥି ଭୋଇ ) : ଆଜି ବରଗଡ ଜିଲ୍ଲା ନୁରସିଂ ନାଥ ସ୍ଥିତ ବଡ଼ ଦେଓ ମଣ୍ଡପ ଠlରେ ଅଖିଳ ଭାରତୀୟ କ୍ଷତ୍ରୀୟ ଗୋଣ୍ଡ ସମାଜ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ସୁବାସ ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି l ମଣ୍ଡପ ସଭାପତି ଶ୍ରୀ ଗଜରାଜ ସିଂ ପୁଟା ଙ୍କ ସଭାପତିତ୍ୱ ସଭା କାର୍ଯ୍ୟଆରମ୍ଭ ହୋଇ ଥିଲା l ସଭା କୁ ଦୁର୍ଯ୍ୟୋଧନ ପୁଟା ପରିଚାଳନା କାରି ଥିଲେ l ପ୍ରଥମେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇଥିଲା l ଏଥିରେ ଝାରବନ୍ଧ, ପାଇକମାଲ,ପଦ୍ମପୁର ର ଗୋଣ୍ଡ ସମାଜ ର କର୍ମ କର୍ତ୍ତା ଯୋଗ ଦେଇଥିଲେ l ସଭl ରେ ଶୋଭା ରାମ ଧରୁଆ,ସଦାନନ୍ଦ ଧରୁଆ, ବାଲକୃଷ୍ଣ ଧରୁଆ, ରାଜାରାମ ଧରୁଆ , ଲୋକ ନାଥ ଧରୁଆ, କୃଷ୍ଣ ଧରୁଆ, ସୁରେନ ଧରୁଆ, ରାମେଶ୍ୱର ଧରୁଆ ଭାଗବତିଆ ସିଂ ଦାଉ, ଚଇତୁ ସିଂ ଦେଓ, ନରସିଂହ ଧରୁଆ,,ଜଗଦେବ ଧରୁଆ, ଆନନ୍ଦ ଧରୁଆ ଆଦି ଯୋଗ ଦେଇ ଥିଲେ l ଶେଷରେ ଖଗେଶ୍ୱର ଧରୁଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 


ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ