ମୁଖ୍ୟମନ୍ତ୍ରୀ ବସ ଚଲା ଚଲ ଉପାନ୍ତକୁ ଆରମ୍ଭ
ଝରିଗାଁ, ୨୩/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରୁ ଭାୟା ଚନ୍ଦାହାଣ୍ଡି ବ୍ଲକ ଉପାନ୍ତ ଗ୍ରାମ କୁଆଆମ୍ବ କୁ ମୁଖ୍ୟମନ୍ତ୍ରୀ ବସ ଚଲା ଚଳ ହୋଇଯାଇଛି | ବସ ସେବାରୁ ବଞ୍ଚିତ ହେଉଥିବା ଝରିଗାଁ ବ୍ଲକ ଓ ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ ଅଂଚଳର ଅନେକ ଗ୍ରାମର ଲୋକେ ବସ ସେବା ପହଂଚିବାରୁ କୁସିବ୍ୟକ୍ତ କରିଛନ୍ତି | ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବସ ସେବା ପୂର୍ଵରୁ ବ୍ଲକ ସଦର ମହକୁମା ଠାରୁ ବାହାରି ଚକଲେପଦାର ପଂଚାୟତର ବାହାରକର୍ମରି ପ୍ରଯ୍ୟନ୍ତ ଯାଇ ପେରୁଥିଲା କିନ୍ତୁ ଏବେ ପ୍ରଶାସନ ର ନିର୍ଦେଶକ୍ରମେ ବ୍ଲକ ସଦର ମହକୁମା ଠାରୁ କୁଆଆମ୍ବ କୁ ବସ ଚଲା ଚଳ କରୁଛି |ଦିନକୁ ତିନି ଥର ଯାତାୟାତ କରୁଥିବା ବେଳେ ବ୍ଲକ ସଦର ମହକୁମା ଠାରୁ ସକାଳ 6 ଠାରେ ବାହାରି 7,50ମିନିଟରେ କୁଆଆମ୍ବ କୁ ପହଂଚି ଯାହାଉଥିବା ମୁଖ୍ୟମନ୍ତ୍ରୀ ବସ ସେବା ଝରିଗାଁ ସୁପରଭାଇଜର ଧରବେନ୍ଦ୍ର ସାହୁ,ବସ ଡ୍ରାଇଭ ତ୍ରିନାଥ ଦଳେଇ,ଭାରତ ଗୌଡ଼,ଜଗରନ୍ନାଥ ହରିଜନ,ମୋହନ ମାଝୀ,ନବୋକିଶର ଗଇନ୍ଥା,ଡମରୁ ଗଣ୍ଡ ପ୍ରମୁଖ ସୂଚନା ଦେଇଛନ୍ତି |