ତେରେସିଂହାରେ ଦିନିକିଆ ଫୁଟବଲ ମ୍ୟାଚ
କର୍ଲାମୁଣ୍ଡା, ୦୫/୦୧ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ହାଇ ସ୍କୁଲ ଖେଳ ପଡ଼ିଆ ଠାରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ତେରେସିଂହା ଓ ଯମୁନାପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଯମୁନାପୁର କୁ ୩. ୦ ଗୋଲ ରେ ପରାସ୍ତ କରି ତେରେସିଂହା ଦଳ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଶିରାବାହାଲ ଓ ଖୁସମାଲ ମଧ୍ୟରେ ଖେଳ ହୋଇଥିବା ବେଳେ ଖୁସମାଲ କୁ ୧. ୦ ଗୋଲ ରେ ପରାସ୍ତ କରି ଶିରାବାହାଲ ଦଳ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚଟି ତେରେସିଂହା ଓ ଶିରାବାହାଲ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇ ଉଭୟ ଦଳ ୧. ୧ ଗୋଲ କରିଥିଲେ। ଫଳରେ ଟାଇବ୍ରେକାର ସହାୟତାରେ ତେରେସିଂହା ଦଳ ବିଜୟୀ ବିଜୟୀ ହୋଇଥିଲା। ଖେଳଟିକୁ ଦେବାଶିଷ ନାଏକ ପରିଚାଳନା କରିଥିବା ବେଳେ ହିତେଶ ନାଏକ ଓ ସାହିଲ ଗହିର ସହଯୋଗ କରିଥିଲେ।