ଜେକେ ପେପର୍ ଲିମିଟେଡ୍ ର ଅନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ ।
ରାୟଗଡ଼ା, ୦୮/୦୧ ( ଭି. ଗୌରି ଶଙ୍କର ରାଓ ) : ଜେକେ ପେପର୍ ଲିମିଟେଡ୍ ୩ ପ୍ରଡକସନ୍ ୟୁନିଟ୍, ଜେକେ ପେପର୍ ମିଲ୍ସ, ଜେକେପୁର, ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼, ଶିରିପୁର ପେପର୍ ମିଲ୍ସ, କାଗଜ ନଗର ଓ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ, ମଧ୍ୟରେ ୟୁନିଟ୍ ସ୍ତରୀୟ T 20 କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଟୁଣ୍ଣାମେଣ୍ଟ ଟି ୦୮.୦୧.୨୦୨୬ ରୁ ଆରମ୍ଭ ହୋଇ ୧୧.୦୧.୨୦୨୬ ପର୍ୟ୍ୟନ୍ତ ଖେଳାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେକେ ପେପର୍ ମିଲ୍ସ ର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ ) ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। ପ୍ରଥମ ଉଦଘାଟନୀ ମ୍ଯାଚ ଶିରିପୁର ପେପର୍ ମିଲ୍ସ, କାଗଜ ନଗର ଓ ଜେକେ ପେପର୍ ମିଲ୍ସ, ଜେକେପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜେ କେ ପେପର୍ ମିଲ୍ସ ଟିମ୍ ଟସ ଜିଣି ୨୦ ଓଭର ରେ ୬ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିବା ବେଳେ ଶିରିପୁର ଟିମ୍ ସମସ୍ତ ୱିକେଟ ହରାଇ 19.1 ଓଭର ରେ ୭୬ ସଂଗ୍ରହ କରି ଥିଲେ। ଜେଜେ ପେପର୍ ମିଲ୍ସ ଟିମ୍ ର ମହମ୍ମଦ୍ ଅବେଶ ୩୫ ବଳ ରେ ୭୨ ରନ୍ ସଂଗ୍ରହ କରି ମ୍ୟାଚ ଅଫ୍ ଦି ମ୍ୟାଚ୍ ହୋଇ ଥିଲେ। ଜେ କେ ପେପର୍ ମିଲ୍ସ ଟିମ୍ ଉଦଘାଟନୀ ମ୍ଯାଚ ରେ ବୀଜୟ ଲାଭ କରି ଥିଲା। ଜେ କେ ପେପର୍ ମିଲ୍ସ ର ବରିଷ୍ଠ ଅଧିକାରୀ ଗଣ, ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ, ମାନବ ସମ୍ବଳ ବିକାଶ, ଜେକେ କ୍ରିକେଟ କ୍ଲବ, ଜେକେପୁର ର ପ୍ରେସିଡେଣ୍ଟ ଦୀପକ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।