ଜୟପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୬ ଉଦ୍ଘାଟିତ।
ଜୟପୁର, ୧୬/୦୧ ( ଏ. ଭେଙ୍କଟ ରାଓ ) : ଜୟପୁର ଦଶହରା ପଡିଆ ଠାରେ ଜୟପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟନ ହୋଇଛି। ଏହି ମେଳା ଚଳିତ ମାସ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ଦଳବେହେରାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ ସମ୍ମାନୀତ ଅତିଥି ରୁପେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ରୂପେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳତମ୍ମା ମୁଦୁଲି ଜିଲ୍ଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ ଏବଂ ରଶ୍ମି ରଥ ଏଡିଅ କୋରାପୁଟ ହେମନ୍ତ କୁମାର ପଡ଼ିହାରି ଏଡିଅ ଜୟପୁର ଲଲାଟେନ୍ଦୁ ମହାପାତ୍ର ଜିଲ୍ଲା କୃଷି ମୁଖ୍ୟ ଯନ୍ତ୍ରୀ ସତ୍ୟ ନାରାୟଣ ମିଶ୍ର ଯୋଗଦେଇ ମିଞ୍ଚାଷିନ ଥିଲେ। ଏହି ମେଳାରେ ଓଡ଼ିଶା ରାଜ୍ୟ ସରକାର କୃଷକମାନଙ୍କ କୃଷି କ୍ଷେତ୍ରରେ ଆୟର ଅଭିବୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଲୋନ୍ ଜରିଆରେ ସବସିଡି ସହ ଯୋଗାଇଦେବା ନିମନ୍ତେ ଏପରି ମେଳା ଆୟୋଜନ କରିଛନ୍ତି। ଏହା ଫଳରେ କୃଷକ,ସ୍ଵଂୟ ସହାୟିକା ମହିଳା ଗୋଷ୍ଠୀ କ୍ଷୁଦ୍ର ଉଦ୍ୟୋଗୀମାନେ ଏହାର ଲାଭ ସବସିଡି ଆକାରରେ ପାଇବା ସହିତ ସୁଲଭମୂଲ୍ୟରେ କୃଷି ଯନ୍ତ୍ରପାତି କ୍ରୟ କରିପାରିବେ। ଯନ୍ତ୍ରପାତି ମଧ୍ୟରେ କୋମଲ ଏଣ୍ଟରପ୍ରାଇଯରର ଡ଼. ବସନ୍ତ ରାଓ ଙ୍କ ଟ୍ରାକଟର ସହ ଅନ୍ୟାନ୍ୟ ଯନ୍ତପାତି,ମାଣ୍ଡିଆ କଳ, ଧାନ କଟା ଯନ୍ତ୍ର, ପାୱାର ଟ୍ରିଲର,ପାଣି ପମ୍ପ,ସାର ଓ କୀଟନାଶକ ଛିଞ୍ଚନ ଯନ୍ତ୍ର, ତେଲ କଳ, ଚୁଡ଼ା କଳ, ଟ୍ରାକ୍ଟର ଇତ୍ୟାଦି ପ୍ରକାର ଚାଷୀ ଉପକରଣ ଯନ୍ତ୍ର ଏହି ତିନି ଦିନିକିଆ ଯନ୍ତ୍ରପାତି ମେଳାରେ ଉପଲବ୍ଧ ରହିଅଛି। ଯେଉଁ ଚାଷୀମାନଙ୍କ ପାଇଁ ଯାହା ଯନ୍ତ୍ରପାତି ଆବଶ୍ୟକତା ରହିଛି ତାହା ଲୋନ ଓ ସବସିଡି ମାଧ୍ୟମରେ ନେଇପାରିବେ। ଆଜିର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଏବଂ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜୟପୁର ଉପଖଣ୍ଡର ପାଞ୍ଚ ଗୋଟି ବ୍ଲକ ଯଥା ଜୟପୁର କୋଟପାଡ଼ କୁନ୍ଦୁରା ବୋରିଗୁମ୍ମା ବୈପାରିଗୁଡ଼ା କୋରାପୁଟ ଲୋମତାପୁଟ ବ୍ଲକ ରୁ ସମସ୍ତେ ଆସିଥିଲେ।।