କୋଡ଼ିଙ୍ଗା ଠାରେ ଅଟଳ ବସଷ୍ଟାଣ୍ଡର ଶୁଭ ଉଦଘାଟନ
କୋଷାଗୁମୁଡା, ୧୪/୦୧ ( ନକୁଳ ଭତ୍ରା ) :ବର୍ତମାନ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬୭୦୧ କୋଟି ଟଙ୍କାର ୭୧ ଗୋଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି |ଏହି କ୍ରମରେ ଆଜି ଆଭାସୀ ଜରିଆରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡୀଙ୍ଗା ଠାରେ ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ ହୋଇଯାଇଛି |ଏହି ଶୁଭ ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ସ୍ଥାନୀୟ, ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ଆଜି ଅଟଳ ବସଷ୍ଟାଣ୍ଡଟି ଶୁଭ ଉଦଘାଟିତ ହୋଇଥିବା ଦେଖିବାକୁ ମିଳିଛି |୯,୨୫,୯୧,୫୦୦ ଟଙ୍କା ଅନୁମୋଦନରେ ନିର୍ମିତ ଏହି ଅଟଳ ବସ ଷ୍ଟାଣ୍ଡ ଜିଲ୍ଲା ସଦର ମହକୁମା କୁ ସଂଯୋଗ କରିବା ସହିତ ଜିଲ୍ଲାର ୩୮ଟି ବସ ରୁଟକୁ ସଂଯୋଗ କରିବ ବୋଲି ଉପସ୍ଥିତ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି |ଅଟଳ ବସ ଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ୨୦୨୪ମସିହାରେ ଆରମ୍ଭ ହୋଇଥିବା ବେଳେ ୨୦୨୫ମସିହାର ଶେଷ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳଛି