Hot Posts

6/recent/ticker-posts

ଫୁଫୁଗାଁ -କନ୍ଧଗୁଡା ରାସ୍ତା ଶୋଚନୀୟ

ଝରିଗାଁ, ୨୦/୦୧ ( ନକୁଳ ଭତ୍ରା ) : ଝରୀଗାଁ ବ୍ଲକ ପାଳିଆ ପଂଚାୟତ କନ୍ଧଗୁଡା ରୁ ଫୁଫଗାଁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଅଂଚଳବାସୀ ଙ୍କୁ 5କିଲୋମିଟର ବୁଲି ଯିବାକୁ ପଡୁଛି | ବିଶେଷ କରି ବର୍ଷା ଦିନେ ରାସ୍ତା ଯୋଗୁଁ ଦୁର୍ବିସହ ଜୀବନ କାଟୁଛନ୍ତି | ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବିକରିଛନ୍ତି | କନ୍ଧଗୁଡା ଗ୍ରାମବାସୀ କହିଛନ୍ଥି | ଫୁଫଗାଁ ଓ ସେମାନେଙ୍କ ଗାଁ ରେ 200 ରୁ ଅଧିକ କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକ ବସବାସ କରିଛନ୍ତି | ଅନେକ ବର୍ଷ ତଳେ କନ୍ଧଗୁଡା ଠାରୁ ଫୁଫଗାଁ ପ୍ରଯ୍ୟନ୍ତ ଏକ ମୋରମ ରାସ୍ତା ନିର୍ମାଣ ହୋଇଥିଲା | ବର୍ତମାନ ଅତି ଶୋଚନୀୟ ଅବସ୍ଥା ରେ ଅଛି | କାଦୁଅରେ ରାସ୍ତା ପରିପୂର୍ଣ୍ଣ ହେଉଥିବା ବେଳେ ଖାଲ ଯୋଗଁ ପାଣି ଜମିରହି ଯାତାୟାତରେ ନାହିଁନଥିବା ସମ୍ମୁଖୀନ ହେବାକୁ ପଡୁଛି | ଫୁଫୁଗାଁ ଯିବାକୁ ହେଲେ ପୂଜାରୀଗୁଡା, ପାଳିଆ ଦେଇ 5 କିମି ବୁଲିବାକୁ ପଡୁଛି | ବର୍ଷ ଦିନ ଆସିଲେ କାଦୁଅରେ ପୂରିଯାଉଛି | ଯାହା ଦ୍ୱାରା ଗ୍ରାମବାସୀ ଏକ ପ୍ରକାର ରାସ୍ତବନ୍ଦୀ ଅବସ୍ଥାରେ ଦିନ କାଟୁଥିବା କହିଛନ୍ତି | ରାସ୍ତାର ପୁନଃ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଗୁଆରି କଲେ ମାଧ୍ୟ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବାକୁ ଗାଁର ଶୁକ୍ ଦେବ ସାନ୍ତା, ମହାଦେବ ମାଝୀ, କୃଷ୍ଣ ସାନ୍ତା, ମୋତିରାମ ସାନ୍ତା, ପୂର୍ବତନ ସରପଞ୍ଚ ନୀଳାମ୍ବର ସାନ୍ତା, ମହେଶର ସାନ୍ତା,ଫୁଲଧର ସାନ୍ତାଙ୍କ ସମେତ ଅନ୍ୟମାନ ନିବେଦନ କରିଛନ୍ତି।