Hot Posts

6/recent/ticker-posts

ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର ୨୬ୟୁନିଟ ରକ୍ତ ସଂଗୃହୀତ#

ବରଗଡ଼, ୨୩/୦୧ ( ଭାଗିରଥି ଭୋଇ ) : ବରଗଡ଼ କାଳୀ ମନ୍ଦିର ଛକ ପାଖ ରେ ଥିବା ମିଟ କମ୍ପ୍ୟୁଟର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ଶ୍ରୀ ପରମାନନ୍ଦ ରଥ ୱାଇ.ଆର.ସି ବରଗଡ଼ ଜିଲ୍ଳା ସଂଯୋଜକ ବରେଣ୍ୟ ଅତିଥି ଭାବରେ ମିଟ କମ୍ପ୍ୟୁଟର ର ଚେୟାରମେନ ଶ୍ରୀ ସରୋଜ ମାଝୀ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମିଟ କମ୍ପ୍ୟୁଟର ର ସିଦ୍ଧାର୍ଥ ବାରିକ,ଅନ୍ୟ କର୍ମଚାରୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିବା ସହ ନିଷ୍ଠା ପରିବାର ର ଉପ ସଭାପତି ଶ୍ରୀ ଆଶିଷ କର ନିଜ ବିବାହ ବାର୍ଷିକୀ ଅବସରରେ ନିଜେ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ମିଟ କମ୍ପ୍ୟୁଟର କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ। 


ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ