ରାୟଗଡ଼ା, ୨୨/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଟାଉନ୍ ହୋଲ ଠାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ୬୩ତମ ବାର୍ଷିକ ଅଧିବେଶନ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନ ତିନି ଦିନ ବ୍ୟାପି ଚାଲିଥିବା ବେଳେ ଏଥିରେ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଜିଲ୍ଲା ଆଇ ଏନ୍ ଟି ୟୁ ସି ର ସଭାପତି ଭବାନୀ ଶଙ୍କର ଜେନା ଉପସ୍ଥିତ ରହିଥିଲେ । ଅଧିବେଶନ ର ମୁଖ୍ୟ ଆଲୋଚନା ର ବିଷୟ ଥିଲା ବିଦ୍ୟୁତ୍ ବିଭାଗ ତରଫରୁ ଯେଉଁ ସ୍ମାର୍ଟ ମିଟର ବ୍ୟବସ୍ଥା କରାଯାଇଛି ତାହା ଦ୍ଵାରା ୧୫ ହଜାର ବିଦ୍ୟୁତ୍ ବିଭାଗ ଶ୍ରମିକ ନିଜର ଚାକିରି ହରାଇବେ ଯାହାକୁ ସଂଘ ନିନ୍ଦା କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାର ଓ ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ନିଜର ମତବ୍ୟକ୍ତ କରିଥିଲେ । ନଚେତ ସାରା ରାଜ୍ୟରେ ସଂଘ ତରଫରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାସହ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ପେନସନ୍ ଓ ଠିକା କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସଂଘ ଦାବି କରିଛି।
