Hot Posts

6/recent/ticker-posts

ବିଶ୍ବ ମାନବାଧିକାର ଦିବସ ଅବସରରେ IHRPE ସଂସ୍ଥାର ସଚେତନତା କାର୍ଯ୍ୟକ୍ରମ ।।

କଳାହାଣ୍ଡି, ୧୧/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଂରକ୍ଷଣ ସଂସ୍ଥାନ (IHRPE) ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ସହରାଞ୍ଚଳ ବଡପଡା ୱାର୍ଡ ନମ୍ବର ୧୭ ଠାରେ ସମାଜ ସଂସ୍କାର ସମିତି ସଭାଗୃହରେ ବିଶ୍ବ ମାନବାଧିକାର ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା । ସଂସ୍ଥାନ ନିଦ୍ଦେର୍ଶକ ଶ୍ରୀ ବଳମନ୍ତ ନାୟକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଏହି IHRPE ସଂସ୍ଥାର ଅଧ୍ୟକ୍ଷ ଓ ରାଷ୍ଟ୍ରୀୟ ସଭାପତି ଡକ୍ଟର ସଂଗ୍ରାମ କେଶରୀ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଉପସ୍ଥିତ କ୍ଲବ ସଦସ୍ୟମାନଙ୍କୁ ନିଜ ଅଧିକାର ବାବଦରେ କାର୍ଯ୍ୟକ୍ରମରେ ଅବଗତ କରିଥିଲେ ।  ଏହି କାର୍ଯ୍ୟକ୍ରମର ମୂଖ୍ଯ ଅତିଥୀ ଭାବରେ ସଦର ବ୍ଲକ ABEO ଡକ୍ଟର ହୃଷୀକେଶ ନାଏକ ଏବଂ ମୁଖ୍ଯବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ସଭାରେ ଭାରତୀୟ ନ୍ୟାୟ ସଂହିତାରେ ମାନବାଧିକାର ଓ ସାମାଜିକ ଅଧୀକାର ପାଇଁ ଡକ୍ଟର ଅମ୍ବେଦକର କରିଥିବା ପ୍ରଚେଷ୍ଟାର ଫଳ ସ୍ବରୂପ ଆମ୍ଭର ସୁରକ୍ଷିତ ଜୀବନଯାପନ ପାଇଁ ଅମର ଆତ୍ମାଙ୍କର ଗୁଣଗାନ କରିଥିଲେ । ଅନ୍ଯ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସମାଜ ସଂସ୍କାର ସମିତିର ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ନାଏକ ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନଳିନୀକାନ୍ତ ନାଏକ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ IHRPE ର ରାଜ୍ଯ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦନ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ତୁଳମଣୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ