Hot Posts

6/recent/ticker-posts

ଜମିଜମା ସଂଶୋଧନ ଦାଏର ମୋକଦ୍ଦମା ଶୁଣାଣି

ଝରିଗାଁ, ୧୭|୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ବକଡ଼ାବେଢ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆଜି ଏକ ଜମି ଜମା ସଂଶୋଧନ ନିମନ୍ତେ ଦାଏର ମୋକଦ୍ଦମା ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂର୍ବପୁରୁଷ ମାନଙ୍କର ନାମରେ ଥିବା ଜମିଜମାକୁ ସଂଶୋଧନ ନିମନ୍ତେ ଆଜି ବକଡ଼ାବେଢ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଦାଖଲ ମକଦ୍ଦମା ନଂ ଅନୁଯାୟୀ ଉତ୍ତରାଧିକାରୀ ଲୋକମାନଙ୍କୁ ଡକା ଯାଇଥିଲା। ଯେଁଉମାନଙ୍କର ଜେଜେବାପା ମାନଙ୍କର ନାମରେ ପଟ୍ଟା ଥିଲା ତାଙ୍କର ବଂଶାନୁବଳୀ ଉତ୍ତରାଧିକାରୀମାନଙ୍କୁ ଡାକି ପଟ୍ଟାରେ ନିଜର ନାମକୁ ପଞ୍ଜିକୃତ କରିବା ପାଇଁ ଡକାଯାଇଥିଲା। ବକଡ଼ାବେଢ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସମସ୍ତ ମୈ।ଜାର ଅଧିବାସୀମାନେ ନିଜର ନାମକୁ ଜମିପଟ୍ଟାରେ ପଞ୍ଜିକୃତ କରିବା ପାଇଁ ୧୦୦ ରୁ ଉର୍ଦ୍ଧ୍ବ ଲୋକମାନେ ଆସି ପଞ୍ଜିକୃତ କରିଥିଲେ। ଏହି ଜମିଜମା ସଂଶୋଧନ ଦାଏର ମୋକଦ୍ଦମା ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଶ୍ରୀମତୀ ଅହଲ୍ୟା ମୁଦୁଲି ଏବଂ ବକଡ଼ାବେଢ଼ା ରାଜସ୍ବ ନିରୀକ୍ଷ ବିନୋଦ ଅଧିକାରୀ ସହ ଗୋପାଳ ବିଶ୍ୱାସ ଉପସ୍ଥିତ ଥିଲେ।