Hot Posts

6/recent/ticker-posts

ଝରିଗାଁ ରେ ଆଜିଠୁ ଧାନ ମଣ୍ଡି ଆରମ୍ଭ, ଟୋକନ ଆସିଲା ଟାର୍ଗେଟ ନାହିଁ

ଝରିଗାଁ, ୧୭/୧୨ ( ନକୁଳ ଭତ୍ରା ) : ଝରିଗାଁ ବ୍ଲକ ରେ ବୁଧବାର ଠାରୁ ପ୍ରଶାସନ ପକ୍ଷରୁ ମୋଣ୍ଡି ଖାଲିବା ପାଇଁ ନିଷ୍ପତି ନିଆଯାଇଛି। ପର୍ଯ୍ୟାୟକ୍ରମେ ଚାଟିଗୁଡି, ବେଲଗାଁ ସହ ଧୋଡ୍ରା ଏକାମ୍ବା,ଚୋଛା ମଣ୍ଡି ଠାରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି | ଚଳିତ ବର୍ଷ ଝରିଗାଁ ଲେମ୍ପସ ସହ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠି କୁ ମଣ୍ଡିରୁ ଧାନ କ୍ରୟ ପାଇଁ ଅନୁମତି ମିଳିଛି। ଝରିଗାଁ ବ୍ଳକ ର ଲମ୍ପସ ଓ ଦୁଇଟି ସ୍ବୟ ସହାୟକ ଗୋଷ୍ଠି ଅଧିନରେ ପ୍ରାୟ ୩ ହଜାର ଚାଷି ପଞ୍ଜିକରଣ କରିଥିବା ଜଣାପଡିଛି। ତେବେ ଧାନ ମଣ୍ଡି ହେବାକୁ ଥିବା ବେଳେ କିଛି ଚାଷୀ ନିକଟରେ ଟୋକନ ଆସିଛି । ହେଲେ କୌଣସି ମିଳର ମଣ୍ଡିରୁ ଧାନ ଉଠାଇବା ପାଇଁ ଏଗ୍ରିମେଣ୍ଟ କରିନଥିବା ଯୋଗୁଁ ଟାଗ୍ରେଟ ମଧ୍ୟ ଆସି ନ ଥିବା ଜଣାପଡିଛି । ତେଣୁ ଆଜି ଝରିଗାଁ ବ୍ଲକ ରେ ଧାନ ମଣ୍ଡି ଆରମ୍ଭ ହେଲେ ମଧ୍ୟ ଚାଷୀ ଧାନ ବିକିବା ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ସେହିପରି ରବି ଫସଲ ଆରମ୍ଭ ହୋଇଥିବା ବେଳେ କ୍ଷୁଦ୍ର ଚାଷୀଙ୍କ ନିକଟରେ ସାର ଓ ବିହନ କିଣିବା ପାଇଁ ଅର୍ଥ ଅଭାବ ଯୋଗୁଁ ଖଲା ବଜାରରେ କମ ଦରରେ ବେପାରୀମାନଙ୍କୁ ବିକ୍ରି କରିଦେଇଛନ୍ତି। ବେପାରୀମାନେ କମ ଦରରେ ଧାନ କିଣି ଛଡିଶଗଡ ରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେହିପରି ବ୍ଳକର ବଡ ବଡ ଚାଷୀଙ୍କ ନିକଟରେ ହିଁ ଧାନ ଗଛିତ ଥିବା କୁହାଯାଉଛି। ସେହିପରି RMC ପକ୍ଷରୁ ଝରିଗାଁ ସହ ଅନ୍ୟାନ୍ୟ ଧାନ ମଣ୍ଡିରେ ଚାଷି ମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଏଯାବତ ହୋଇ ନାହିଁ। ଧାନ ମଣ୍ଡି ଉଦଘାଟନ ଖର୍ଚ ମଧ୍ୟ ଝରିଗାଁ ଲେମ୍ପସ ପକ୍ଷରୁ ଅଭିଯୋଗ ହୋଉଛି । ଆବଶ୍ୟକ ଅନୁଯାୟୀ ଧାନ ମଣ୍ଡି ଗୁଡିକରେ ଧାନ ରଖିବା ପାଇଁ ସଡ଼କ ନିର୍ମାଣ ହୋଇ ନାହିଁ । ଆବଶ୍ୟକ ଅନୁଯାୟୀ ଚାଷୀମାନଙ୍କୁ ପଲିଥିନ ଯୋଗାଇ ଦିଆଯାଉନାହିଁ। ହଠାତ ବର୍ଷା ହେଲେ ଧାନ ବର୍ଷାରେ ବିଜିବା ନଜିର ରହିଛି ।ଝରିଗାଁ ଧାନ ମଣ୍ଡିରେ ସିସି କେମେରା ଥିବା ବେଳେ ଅନ୍ୟ କୌଣସି ଧାନ ମଣ୍ଡିରେ ସ୍ଥାୟୀ ସିସି କେମେରା ବ୍ୟାବସ୍ଥା ହୋଇ ନାହିଁ । ଧାନ ମଣ୍ଡିରେ ପୁରୁଣା ଯନ୍ତ୍ରପାତି ବ୍ୟବହାର ହେଉଥିବା ଯୋଗୁଁ ସମସ୍ୟା ହେଉଥିବା ଅଭିଯୋଗ ହେଉଛ