Hot Posts

6/recent/ticker-posts

କୃଷକ କଲ୍ୟାଣ ମଞ୍ଚ ଦେଲା ଦାବିପତ୍ର।

ଜୟପୁର, ୧୭।୧୨ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ଜିଲ୍ଲାପାଳ କୋରାପୁଟଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଜରିଆରେ ଏକ ଦାବୀପତ୍ର ଧାନ ଓ ମକା ମଣ୍ଡି ତୁରନ୍ତ ଆରମ୍ଭ କରିବା ଓ ସମସ୍ୟା ସମ୍ପର୍କେ ଦେଇଛୋନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ବର୍ତ୍ତମାନ ଜିଲ୍ଲାରେ ଧାନ ଓ ମକାର ଅଭାବ ବିକ୍ରୀ ଚାଲିଛି । ତେଣୁ ଧାନ ଓ ମଜା ମଣ୍ଡି ତୁରନ୍ତ ଆରମ୍ଭ କରାଯିବା ସହିତ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଗଲେ ଚାଷୀ ଉପକୃତ ହୋଇ ପାରିଥାନ୍ତେ। ପ୍ରଶାସନର ଘୋଷଣା ମୁତାବକ ଏହି ମାସ ୧୧ ତାରିଖ ଠାରୁ ନାମକୁ ମାତ୍ର ମଣ୍ଡି ଆରମ୍ଭ ହୋଇଥିଲେବି କେଜିଏ ଧାନ କିଣାଯାଇ ପାରିନାହିଁ ପ୍ରଶାସନ ପରବରେ ବ୍ୟସ୍ତ ଥିବାବେଳେ ଚାଷୀ ଧାନ ବିକ୍ରୀ କରି ନପାରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସମସ୍ତ ଚାଷୀଙ୍କୁ ଟୋକେନ ପ୍ରଦାନ କରିବା ସହିତ ଜାନୁୟାରୀ ମାସ ସୁଦ୍ଧା ସମସ୍ତ ଧାନ କ୍ରୟ କରାଯାଉ ଯେଉଁ ଦିବସରେ ଧାନ କ୍ରୟ କରା‌ଯିବ ସେହି ଦିନ ହିଁ ଧାନ ଉଠାଯାଉ ଚାଷୀଙ୍କୁ ଭେଣ୍ଡର ରସିଦ ତୁରନ୍ତ ପ୍ରଦାନ କରାଯାଉ ମଣ୍ଡିରେ ଧାନ ଓଜନ କରାଯାଉ କ୍ରୟକାରୀ ସଂସ୍ଥା ମିଲର କିମ୍ବା ଯୋଗାଣ ବିଭାଗ ମଣ୍ଡିରେ ଖାଲି ଅଖା ପ୍ରଦାନ କରାଯିବା ସହିତ ହେଣ୍ଡେଲିଙ୍ଗ କାର୍ଯ୍ୟ କରନ୍ତୁ ଗତବର୍ଷ ଖରିଫ ଓ ରବି ମଣ୍ଡିର ଖାଲି ଅଖା ଓ ହେଣ୍ଡେଲିଙ୍ଗ ଚାର୍ଜ ଚାଷୀଙ୍କୁ ପ୍ରଦାନ କରାଯାଉ ଯାହାରକି ଆନୁମାନିକ ମୂଲ୍ୟ ୧୨ କୋଟିରୁ ଉର୍ଦ୍ଧ୍ବ ହେବ ସରକାର ଚାଷୀଙ୍କୁ ନିଜର ଘୋଷଣା ମୁତାବକ ୩୧୬୯ ଟଙ୍କା କ୍ୱୀଣ୍ଟାଲ ପିଛା ପ୍ରଦାନ କରନ୍ତୁ ଏବଂ ଜିଲ୍ଲାପାଳଙ୍କୁ ଧାନ କ୍ରୟର ସମସ୍ତ କ୍ଷମତା ପ୍ରଦାନ କରାଯାଉ । ମଣ୍ଡିରେ ଚାଷୀ ବିକ୍ରି କଲାପରେ ବଳକା ଧାନ ସରକାର କ୍ରୟ କରନ୍ତୁ । ପରିବହନ ଗାଡିରେ ଭିଟିଏସ ଲଗାଯିବା ସହିତ ଦଲାଲ ମୁକ୍ତ ମଣ୍ଡି କରାଯାଉ ଏଫଏକ୍ୟୁ ନାମରେ ଅଧିକ ଧାନ ନେବାର ବନ୍ଦ କରାଯାଇ ଚାଷୀଙ୍କୁ ଶୋଷଣ ମୁକ୍ତ କରାଯାଉ ବର୍ତ୍ତମାନ ଜିଲ୍ଲାରେ ଧାନ ଓ ମକା କ୍ୱୀଣ୍ଟାଲ ପ୍ରତି ୧୬୦୦ ରୁ ୧୭୦୦ ଟଙ୍କା ମଧ୍ୟରେ କ୍ରୟ ଚାଲିଛି ଏଣୁ ତୁରନ୍ତ ଧାନ ଓ ମକା ମଣ୍ଡି ପରବ ପୂର୍ବରୁ ଆରମ୍ଭ କରାଯାଉ।।