Hot Posts

6/recent/ticker-posts

ଫ୍ରେଜରପୁର ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଉପଜିଲ୍ଲାପାଳ

ପାଇକମାଳ, ୦୭/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କେଛୋଦାଦର ଗ୍ରାମପଞ୍ଚାୟତର ଫ୍ରେଜରପୁର ଗ୍ରାମର ଲାଇ ଡ୍ୟାମର ଉନ୍ନତି କରଣ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଆରୁଗୁଲା ଡ୍ୟାମ ପରିଦର୍ଶନ କରିଥିଲେ । ଜଳସେଚନ ଓ ଜୀବିକା ବୃଦ୍ଧି ପାଇଁ କିଭଳି ଭାବରେ ଏହାର ବିକଶିତ ହୋଇ ପାରିବ ତାହା ନିରୀକ୍ଷଣ କରିବା ସହିତ ଅଧିକାରୀ ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ପରେ ଉକ୍ତ ଗ୍ରାମରେ ମନରେଗା ସଚେତନତା ସଭାରେ ଯୋଗଦେଇଥିଲେ । ଦାଦନ ପ୍ରବଣ ବ୍ଲକ ପାଇଁ ମନରେଗା ଯୋଜନାରେ ରାଜ୍ୟ ସରକାର ୧୦୦ ଦିନରୁ ୩୦୦ ଦିନକୁ ବୃଦ୍ଧି କରିବା ସହ ୯୮ ଟଙ୍କା ବର୍ଦ୍ଧିତ ମଜୁରୀ ଦେବା ପାଇଁ ଘୋଷଣା କରିଛନ୍ତି । ଯାହା ଫଳରେ ଲୋକେ ବାହାର ରାଜ୍ୟକୁ କାମ କରିବା ପାଇଁ ନ ଯାଇ ନିଜ ଭିଟାମାଟି ରେ ରହି ବର୍ଷକୁ ୩୦୦ ଦିନ କାମ ପାଇ ପାରିବେ । ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ବିଷୟରେ ଶ୍ରମିକ ମାନଙ୍କୁ ସଚେତନ କରିବା ସହ ବାହାର ରାଜ୍ୟକୁ ନ ଯାଇ ନିଜ ଭିଟା ମାଟିରେ ସୁରକ୍ଷିତ ରହି କାମ କରିବା ପାଇଁ ସମସ୍ତ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ସବ୍ କଲେକ୍ଟର ମ୍ୟାଡମ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାକୃତିକ ସମ୍ପଦ ବିଶେଷଜ୍ଞ ଦେବେନ୍ଦ୍ର ନେଗୀ ମନରେଗା କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ବ୍ୟକ୍ତିଗତ ସ୍ତରରେ ଲୋକ ମାନଙ୍କୁ ଖୁବ୍ ଶୀଘ୍ର ଗାଈ ଗୁହାଳ,ଛେଳି ଗୁହାଳ,ଫାର୍ମ ପଣ୍ଡ,ଜମି ମରାମତି, ଆଦି କାମ ଆବଶ୍ୟକ ଅନୁଯାୟୀ ଜିଲ୍ଲାସ୍ତରରୁ ଅନୁମୋଦନ କରାଇ କାମ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବିଡିଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଓଡୁ ମନରେଗା ଯୋଜନାରେ ଦୈନିକ ବହୁ ସଂଖ୍ୟାରେ ଶ୍ରମିକ ନିୟୋଜିତ ହୋଇ କାମ କରିବା ସହିତ ମନରେଗାରେ ଜିଲ୍ଲା ସ୍ତରରେ ପାଇକମାଲ କୁ ଏକ ନମ୍ବର ବ୍ଲକ କରିବା ପାଇଁ ସମସ୍ତ ଶ୍ରମିକ ମାନଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିବା ସହିତ ପ୍ରତି ଶ୍ରମିକ ପରିବାରଙ୍କୁ ୩୦୦ ଦିନ ଘର ପାଖରେ ବିଭିନ୍ନ ଶ୍ରମ ଭିତ୍ତିକ କାମ ତଥା ଅନ୍ୟାନ୍ୟ ସରକାରୀ ଯୋଜନା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଓଡ଼ିଶା ଜୀବିକା ମିଶନ ବିଷୟରେ ଏମ.ବି.କେ, ସି.ଆର.ପି,କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କ ସହିତ ଆଲୋଚନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ନାୟକ,କନିଷ୍ଠ ଯନ୍ତ୍ରୀ ବିଶୋକ ପଟେଲ,ଏପିଓ ଅନୁପମା ସାହୁ, ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ପିଇଓ ହେମରାଜ ସାହୁ, ଏଡିଇଓ ସତ୍ୟାନନ୍ଦ ହାତୀ, ମେଟ୍ ଏବଂ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ ।


 ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ