ଫୁଲବାଣୀ : ୩୦/୧୨ (ବାଳକୃଷ୍ଣ କହଁର) : ରାଜ୍ୟ ସରକାର ସରକାରୀ ଓକିଲ ମାନଙ୍କୁ ବିଳମ୍ବରେ ହେଲେ ମଧ୍ୟ ନିଯୁକ୍ତି ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ରେ ଷାଠିଏ ଜଣ ଆଇନଜୀବୀ ଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲ୍ଲା କେ।ର୍ଟରେ ଚାଳିଶ ଜଣରୁ ଅଧିକ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା ର ବରିଷ୍ଠ ସାମାଜିକ କର୍ମୀ ତଥା ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂମ୍ପାଦକ ତଥା ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାସତି ଓ ଆଇନଜୀବୀ ଅଶୋକ ପରିଡା ସିଭିଲ ଜଜ ପ୍ରବେଶନଙ୍କ କେ।ର୍ଟରେ ସହକାରୀ ପିପି ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଅଶୋକ ପରିଡା 1999 ମସିହାରେ ଆଇନ ଶିକ୍ଷା ସମାପ୍ତ କରିଥିବା ବେଳେ 1987 ମସିହାରୁ ସମାଜ ସେବାରେ ନିୟେ।ଜିତ ଅଛନ୍ତି। ଶ୍ରୀ ପରିଡା ବାଣିଜ୍ୟରେ ମାଷ୍ଟର ଡିଗ୍ରୀ କରିବା ସହ ଜଣ୍ଣାଲିଜିମରେ ପୋଷ୍ଟ ଗ୍ରାଜୁଏଟ ଏବଂ ରୁରାଲ ଡେଭଲପମେଣ୍ଟ ରେ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି। ଏହା ବ୍ୟତୀତ ସୋସିଆଲ ୱାର୍କ ଓ କ୍ରିମନାଲ ଜଷ୍ଟିସ ଉପରେ ଶିକ୍ଷା ଲାଭକରି ସମାଜ ସେବା କାର୍ଯ୍ୟ କରୁଛନ୍ତି। ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ସେବାକାର୍ଯ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହେବା ସହ, ରାଜ୍ୟ ସରକାରଙ୍କ ପକ୍ଷରୁ, ଓ ବିଭିନ୍ନ ଅନୁଷ୍ଠାନ ବହୁବାର ସ୍ୱୀକୃତି ପାଇଛନ୍ତି।କନ୍ଧମାଳ ର ଜଣେ ନୀର୍ଭୀକ,ନିଷ୍ଠାପର ସମାଜ ସେବୀ ଭାବେ ଶ୍ରୀ ପରିଡା ଜଣାଶୁଣା।ଆଇନ ସେବାରେ କନ୍ଧମାଳ ଜିଲ୍ଲା ର ଜନତା ଙ୍କୁ ନ୍ୟାୟ ପ୍ରଦାନ କରିବା ରେ ସହଯୋଗ କରିବେ ବେ।ଲି ଆଶା ରଖିଛନ୍ତି । ଆଇନସେବା କ୍ଷେତ୍ରରେ ସରକାରୀ ଓକିଲ ଭାବେ ନିଯୁକ୍ତି ମିଳିଥିବାରୁ ଜିଲ୍ଲା ର ନେତୣମଣ୍ଡଳୀ, ସାଂସଦ, ବିଧାୟକ,ରାଜ୍ୟର ନେତୃତ୍ୱ ଓ ବିଭାଗୀୟ ପଦାଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଞାପନ କରିଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
