Hot Posts

6/recent/ticker-posts

ଯୁବ ରେଡ କ୍ରସ ଓ ରେଡ ରିବନ କ୍ଳବ ତରଫରୁ "ବିଶ୍ୱ ଏଡ଼ସ ଦିବସ"ପାଳିତ

କର୍ଲାମୁଣ୍ଡା, ୧୨/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଙ୍ଗା ଗ୍ରାମର କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ "ବିଶ୍ୱ ଏଡ଼ସ ଦିବସ" ଯୁବ ରେଡ଼କ୍ରସ ପରାମର୍ଶଦାତା ତଥା ଶିକ୍ଷା ଅଧ୍ୟାପକ ସମୀର ପଧାନଙ୍କ ତତ୍ୱାବଧାନ ପାଳିତ ହୋଇଯାଇଛି। ଇତିହାସ ଅଧ୍ୟାପକ ଟିକେଧର ରଣା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ କସ୍ତୁଭ ସାହୁ। ସମ୍ମାନିତ ଅତିଥି ଭାବେ ଶିକ୍ଷା ଅଧ୍ୟାପିକା ସୁଶ୍ରୀ ମଞ୍ଜୁଲତା ମାଝୀ, ଓଡ଼ିଆ ଅଧ୍ୟାପିକା ରଶ୍ନlରାଣୀ ବଡ଼ମାଳୀ ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ତୃପ୍ତିମୟୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ରେଲ୍ଲୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କନିଷ୍ଠ କିରାଣୀ ଭୂପିନ୍ଦର ରଣା ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡୋଲେଶ୍ୱର ରଣା ପ୍ରମୁଖ ସହଯୋଗ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ