Hot Posts

6/recent/ticker-posts

ବ୍ରାହ୍ମଣୀ ନଦୀ ନିକଟରେ କୁଢ଼ କୁଢ଼ ବାଲି କାହାର, ନିରବ ବରୀ ତହସିଲ ପ୍ରଶାସନ !

ବରୀ, ୨୨/୧୨ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ନିକଟ ବ୍ରାହ୍ମଣୀ ନଦୀରୁ ବିପୁଳ ପରିମାଣର ବାଲି ଲୁଟ ହେଉଛି । ବାଲି ମାଫିଆ ମନ ଇଚ୍ଛା ବାଲି ଲୁଟ କରୁଛନ୍ତି । ସାଧାରଣ ଲୋକେ ଏହା ଦେଖୁଛନ୍ତି, କିନ୍ତୁ ବରୀ ତହସିଲ ପ୍ରଶାସନ ନଜରକୁ ଏହା ଆସୁନାହିଁ । ତହସିଲ ପ୍ରଶାସନର ବାଲି ମାଫିଆଙ୍କ ସହିତ ଚାଲିଥିବା ମଧୁ ଚନ୍ଦ୍ରିକା ଫଳରେ ତହସିଲ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନିରବ ବସିଥିବା ଆଲୋଚନା କରୁଛନ୍ତି ସାଧାରଣ ଲୋକେ । ଦିନରେ ନଦୀକୁ ବାଲି ମାଫିଆ ଯାଉ ନଥିଲା ବେଳେ ରାତି ହେଲେ ନଦୀରେ ଗାଡିର ଧାଡି ଲାଗୁଛି ଆଉ ବୁହା ହେଉଛି ଶହ ଶହ ଟ୍ରିପ ବାଲି । କେବଳ ଏତିକି ନୁହେଁ ବାଲି ମାଫିଆ ନଦୀରୁ ବାଲି ଉଠାଇ ଗୋପବନ୍ଧୁ ଚୌଧୁରୀ କଲେଜ ସମ୍ମୁଖ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ବାଲି କୁଢ଼ କରି ରଖିଛନ୍ତି । ଏହି କୁଢ଼ କୁଢ଼ ବାଲି ମଧ୍ୟ ପ୍ରଶାସନ ନଜରକୁ ଆସୁନାହିଁ । ଏହି ବାଲି କାହାର, କେଉଁ ବ୍ୟକ୍ତି ଏହାକୁ କୁଢ଼ କରି ରଖିଛନ୍ତି ଏହାର ତଦନ୍ତ ଜିଲ୍ଲାପାଳ କରିବାକୁ ସାଧାରଣରେ ଦାବି ହୋଇଛି । ପ୍ରଶାସନ ଏହାର ତଦନ୍ତ କରି ଏହି ବାଲିକୁ ଜବତ କରିବା ଉଚିତ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି ।