Hot Posts

6/recent/ticker-posts

ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଦ୍ଵିତୀୟ ଦିବସରେ ମଦନପୁର ବିଜୟୀ

କର୍ଲାମୁଣ୍ଡା, ୨୫/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ହାଇ ସ୍କୁଲ ଖେଳ ପଡ଼ିଆ ଠାରେ ଚାଲିଥିବା ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ଵିତୀୟ ଦିବସରେ ତେରେସିଂହା ଓ ମଦନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳର ଚମତ୍କାର ଖେଳ ପ୍ରଦର୍ଶନ ଯୋଗୁଁ ଶେଷରେ ସୁପର ଓଭର ରେ ତେରେସିଂହା କୁ ହରାଇ ମଦନପୁର ଦଳ ବିଜୟୀ ହୋଇଥିଲା। ଏହି ଅବସରରେ ତେରେସିଂହା ବେଲପଡାର ଚିନ୍ତାମଣି ସାହୁ ମୁଖ୍ୟ ଅତିଥି, ଗଜାନନ ଗହିର, ବୃନ୍ଦାବନ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କମିଟି ସଦସ୍ୟ ବିଶ୍ୱମ୍ବର ସରାଫ ଓ ପ୍ରଣବ ପଧାନ ସ୍କୋରର୍ ଦାୟିତ୍ୱରେ ରହିଥିବା ବେଳେ ମହେଶ୍ୱର ଗହିର ଓ ସୁମନ୍ତ ମାଝୀ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ରିକେଟ୍ କମିଟିର ସଭାପତି ପ୍ରବୀଣ ପ୍ରଧାନ ଓ ସମ୍ପାଦକ ବନବାସ ରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ