Hot Posts

6/recent/ticker-posts

ସୁରେଶ ଚୋୖଧୁରୀ ଙ୍କୁ ସେବା ରତ୍ନ ସମ୍ମାନ

କର୍ଲାମୁଣ୍ଡା, ୦୭/୧୧ (ସୁଶାନ୍ତ ରଣା) : କଟକ ଜିଲ୍ଲା ଛତିଆ ଠାରେ ସମ୍ଭବ ଚାରି ଟେବୁଲ ଟ୍ରଷ୍ଟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ସୁରେଶ ଚୋୖଧୁରୀ ଙ୍କୁ ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଭିନ୍ନ ଜିଲ୍ଲାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସାମାଜିକ କର୍ମୀମାନେ ଯୋଗଦାନ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ