Hot Posts

6/recent/ticker-posts

ଆଦର୍ଶ ବିଦ୍ୟାଳୟ, ଟିମନପୁର ରେ ବାର୍ଷିକ କ୍ରୀଡା ଉତ୍ସବ–୨୦୨୫ ଉଦଯାପିତ

ନୂଆପଡା /ସିନାପାଲି, ୨୦/୧୨ ( ସୁରେଶ ମହାନନ୍ଦ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଟିମନପୁରର ବାର୍ଷିକ କ୍ରୀଡା ଉତ୍ସବ–୨୦୨୫ ଉଦ୍ୟାପନୀ ସମାରୋହ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶିବୁ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସିନାପାଲି ଏଏସଆଇ ପ୍ରଭାକର ନାୟକ ସମ୍ମାନିତ ମୁଖ୍ୟ ଅତିଥି ଓ ହାବିଲଦାର ଅଭିରାମ ଘିଭେଲା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ ଲଛମନ ସାମଲଙ୍କ ତତ୍ତ୍ୱାବଧାନରେ ଦୁଇ ଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍ୟାପନୀ ସମାରୋହରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ବାଳିକା ବର୍ଗରେ କଳ୍ପନା ମଞ୍ଜରି ମାଝି ଓ କନିଷ୍ଠ ବାଳକ ବର୍ଗରେ ଜଜ୍ଞେସ କୁମାର ନାଏକ ଚମ୍ପିୟାନ ହୋଇଥିଲେ। ଶିକ୍ଷକ ନରେନ୍ଦ୍ର କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ