Hot Posts

6/recent/ticker-posts

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍ ରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ : ପ୍ରଦର୍ଶିତ ହେଲା ୪୪୬ ପ୍ରକଳ୍ପ ।

ପଦ୍ମପୁର, ୦୭/୧୨ ( ଆଶିଷ କୁମାର ଭୋଇ ) : ପଦ୍ମପୁର-ବିଜ୍ଞାନ ଏବଂ କଳା, ସଭ୍ୟତାର ଆରମ୍ଭରୁ ମନୁଷ୍ୟ ଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ମନୁଷ୍ୟ ସମାଜର ଉନ୍ନତି ପାଇଁ ବିଜ୍ଞାନର ଆଭିମୁଖ୍ୟକୁ ଦେଖି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୟ ଜୱାନ୍ ଜୟ କିସାନ୍ ନାରା ସହିତ ଜୟ ବିଜ୍ଞାନକୁ ମିଶାଇ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ କଳା ବିଷୟରେ ଜ୍ଞାନ ଏବଂ ରୁଚିକୁ ଅଭିବୃଦ୍ଧି କରିବା ପାଇଁ ରବିବାର ପଦ୍ମପୁରର ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍ ରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍ ର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସର୍ବପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ବିଚାରପତି ମାନଙ୍କୁ ଉପଢୌକନ ଏବଂ ଫୁଲ ଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରସିଦ୍ଧ ଏକ ଟଙ୍କିଆ କ୍ଲିନିକ୍ ର ପ୍ରତିଷ୍ଠାତା ଡାକ୍ତର ଶଙ୍କର ରାମଚନ୍ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବିଜ୍ଞାନର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତରେ ବୈଜ୍ଞାନିକ ହୋଇ ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିବା ପାଇଁ ଆହ୍ବାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ପଦ୍ମପୁରର ବିଶିଷ୍ଟ ସମାଜ ସେବୀ ଶ୍ରୀ ନିରୋଜ ଦୋରା ଯୋଗ ଦେଇଥିଲେ ଏବଂ ଶିଶୁ ମାନଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଅଭିଭାବକ ମାନଙ୍କୁ ଆହ୍ବାନ କରିଥିଲେ । ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ମାନେ ମୋଟ ୨୩୮ ଟି ବିଜ୍ଞାନ ପ୍ରକଳ୍ପ ଏବଂ ୧୧୮ ଟି କଳା ପ୍ରକଳ୍ପ ଉତ୍ସାହର ସହିତ ପ୍ରଦର୍ଶନ କରିଥିଲେ । ଏହି ପ୍ରକଳ୍ପ ମାନଙ୍କୁ ୧୦ ଜଣ ଅଭିଜ୍ଞ ବିଚାରପତି ମୂଲ୍ୟାୟନ କରିଥିଲେ । ଏହି ପ୍ରଦର୍ଶନୀରେ ସ୍କୁଲର ପରିଚାଳନ କମିଟି ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ପଦ୍ମନାଭ ପଣ୍ଡା, ସଂଜୋଜିକା ଶ୍ରୀମତୀ ନିବେଦିତା ଦାସ ଉପସ୍ଥିତ ଥିଲେ ।


ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ