ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବରୀ, ୦୮/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧିନସ୍ଥ କାଶୀନାଥ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ରୀଡା ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ସିଦ୍ଧାର୍ଥ ଶଙ୍କର ବିଶ୍ୱାଳ ଉଦ୍ଘାଟନ କରି କ୍ରୀଡା ଉତ୍ସବ ଟି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କ୍ରୀଡା କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପଦାକୁ ଆଣିବା ସହ ଶୃଙ୍ଖଳିତ ଜୀବନ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଥାଏ ବୋଲି ମତ ରଖିଥିଲେ।ଉକ୍ତ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଚାଲିଥିବା ବେଳେ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ପ୍ରମୋଦ କୁମାର ଶତପଥୀ ଯୋଗ ଦେଇ କ୍ରୀଡ଼ା ହେଉଛି ଜୀବନ ଗଠନର ଅନ୍ୟ ଏକ ଅଙ୍ଗ।କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ନୈପୁଣତା ବଳରେ ନିଜକୁ ଜଣେ ଜଣେ ପ୍ରତିଭାବାନ ଖେଳାଳି ଭାବେ ଉପସ୍ଥାପିତ କରିବାର ଏହି ଉତ୍ସବ ଏକ ମାଧ୍ୟମ ବୋଲି ମତ ରଖିଥିଲେ।ଏହି କ୍ରୀଡା ଉତ୍ସବ କୁ କ୍ରୀଡା ଶିକ୍ଷକ ଦେଵବ୍ରତ ପତି ପରିଚାଳନା କରିଥିବାବେଳେ ଡ଼ କପିଳ ଚନ୍ଦ୍ର ମହାନ୍ତି,ଡ଼ କିଶୋର ସାହୁ,ଅରୁଣ ଦାସ,ପ୍ରଦୀପ କୁମାର ରାଉତ,ସସ୍ମିତା ସାମଲଙ୍କ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ବିଶ୍ୱଜିତ ମଲ୍ଲିକ ଓ ଛାତ୍ରୀ କ୍ରିଷ୍ଣାପ୍ରିୟା ମଲ୍ଲିକ ଚାମ୍ପିୟାନ ହୋଇଥିବା ବେଳେ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଶୋଭକାନ୍ତ ଦାସ ଓ ଛାତ୍ରୀ ଚିନ୍ମୟୀ ପାତ୍ର ଚମ୍ପିୟାନ ହୋଇଥିବାରୁ ମହାବିଦ୍ୟାଳୟ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ସହ ପୁରସ୍କୃତ କରାଯାଇଥିଲା