Hot Posts

6/recent/ticker-posts

ଜିଲ୍ଲା ଜଳ ବିଭାଜିକା ଅନୁଷ୍ଠାନ ପକ୍ଷରୁ ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚୟି ଯୋଯନା ମାଧ୍ୟମରେ ଗ୍ରାମାଞ୍ଚଳ ରେ ଟ୍ରେନିଂ ପ୍ରଦାନ।

ରାୟଗଡ଼ା, ୦୮/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ସଦର ବ୍ଲକ ଗାଜିଗା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଲେଷୁ କୁମ୍ଭାର ସାହି ଠାରେ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଆନୁକୂଲ୍ୟରେ ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚୟି ଯୋଯନା ମାଧ୍ୟମରେ ଗ୍ରାମାଞ୍ଚଳ ରେ ଟ୍ରେନିଂ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି ।‌ କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଏହା ଯେ ଗ୍ରାମ ଞ୍ଚଳରେ ବସବାସ କରି ଆସୁଥିବା ଜାତି ଭିତିକ କଳା ସଂସ୍କୃତି କୁ ଲୁକ୍କାୟିତ କରି ବା ସହ ଘରେ ରହି କିପରି ଭାବେ ମହିଳା ଓ ପୁରୁଷ ରୋଜଗାର କ୍ଷମ ହୋଇ ସୁସ୍ଥ ସମାଜ ସୁସ୍ଥ ପରିବାର ଗଠନରେ ସହଯୋଗ କରିବାରେ ସକ୍ଷମ ହୋଇ ସମାଜ ମୁଖ୍ୟ ଶ୍ରତରେ ସାମିଲ ହୋଇପାରିବେ ଏ ନେଇ ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚୟି ଯୋଯନା ର ପ୍ରମୁଖ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଏହି ଅବସରରେ ଗାଁଜିଗା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଆଚବା ଗ୍ରାମ ରେ ୨୫ ଜଣ ମହିଳାଙ୍କୁ ସିଲେଇ ଟ୍ରେନିଂ ପ୍ରଦାନ କରି ଥିବା ବେଳେ ବିଲେଷୁ କୁମ୍ଭାର ସାହି ଠାରେ କୁମ୍ଭାର ମହିଳା ଓ ପୁରୁଷ ଙ୍କୁ ମାଟି ରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ପାଇଁ ଏକ ମାସ ଧରି ଟ୍ରେନିଂ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଳ ବିଭାଜିକା ସହକାରୀ କୃଷି ଯନ୍ତ୍ରୀ ଅନିତା ମହାନ୍ତି, ସରପଞ୍ଚ ରଞ୍ଜିତ ହୁଇକା, ସଭାପତି ସୁମନ୍ତି ମେଲାକା , କଡିନେଟର ତରଣିସେନ ମେହେର , ଟ୍ରେନିଂ ମାଷ୍ଟର ଜଗନ୍ନାଥ କୁମ୍ଭାର, ଟ୍ରେଲର ଟ୍ରେନିଂ ମାଷ୍ଟର ଏମ୍ ସତ୍ୟ ରାଓ ସମେତ ଉଆଟର ସେଟ୍ ର କର୍ମଚାରୀ ଗ୍ରାମ ବାସୀ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଥିଲେ । ଦିଲୀପ ପଢିହାରି ଙ୍କ ରିପୋର୍ଟ ସ୍ବତନ୍ତ୍ର ଓଡ଼ିଶା ଲାଇଫ।