Hot Posts

6/recent/ticker-posts

ଡ଼. ବାବାସାହେବ ଆମ୍ବେଡକରଙ୍କ ୬୯ତମ ମହାପରିନିର୍ବାଣ ଦିବସ ଓ ସମ୍ବିଧାନ ଦିବସ ପାଳିତ

ସିନାପାଲି,୦୮/୧୨ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ଖଡିଆଳ ଆମ୍ବେଡକର ଭବନ ଠାରେ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରି ସଂଘ ଆନୁକୂଲ୍ୟରେ ସମ୍ବିଧାନ ଦିବସ ଓ ଡ଼. ବାବାସାହେବଙ୍କ ୬୯ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଦେବରାଜ ମାଝୀ ଅଧ୍ୟକ୍ଷ କରଙ୍ଗାମାଲ ମହାବିଦ୍ୟାଳୟ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଜିଲ୍ଲା ବନସଂରକ୍ଷଣ ଅଧିକାରି ଅଜିଜ ଖାନ୍, ସମ୍ମାନିତ ଅତିଥି ଐତିହାସିକ ଓ ପ୍ରାକ୍ତନ ଅଧ୍ୟକ୍ଷ ଖଡିଆଳ ମହାବିଦ୍ୟାଳୟ ପ୍ରଫେସର୍ ଫଣିନ୍ଦମ ସିଂ ଦେଓ, ମୁଖ୍ୟବକ୍ତା ଅଧ୍ୟାପକ ବୋଡ଼େନ ମହାବିଦ୍ୟାଳୟ ସାମୁଏଲ ଦାନି, ବିଶେଷ ଅତିଥି ଖ୍ୟାତନାମା କବି ଓ ଲେଖକ ଡ଼. ବାସୁଦେବ ସୁନାନି, ଆଡଭୋକେଟ ଦିଗାମ୍ବର ଦୁରିଆ, ସଭାପତି ବୋଡ଼େନ ବ୍ଲକ୍ ଅଙ୍କନ ସିଂ ମାଝୀ, ସଭାପତି ସିନାପାଲି ବ୍ଲକ୍ ରମାକାନ୍ତି ମାଝୀ, ସଭାପତି କୋମନା ବ୍ଲକ୍ ଭଗବାନ ସିଂ ମାଝୀ, ସଭାପତି ନୂଆପଡା ବ୍ଲକ୍ ବୁଧୁରାମ ନାଏକ, ସଭାପତି ଖଡିଆଳ ବ୍ଲକ କ୍ଷୀର ପ୍ରସାଦ ଭୋଇ ପ୍ରମୁଖ ଆୟୋଜିତ ସଭାରେ ମଞ୍ଚାଷୀନ ଥିଲେ। ସଭା ପ୍ରାରମ୍ଭରେ ଡ଼. ବାବା ସାହେବ ଆମ୍ବେଡକରଙ୍କ ପ୍ରତି ଛବିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଉଚ୍ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିକ୍ଷିତ ଟାଇଗର କଲେଜ ର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅତିଥି ମାନେ ଡ଼. ବାବାସାହେବଙ୍କ ବିଚାରଧାରା ଓ ସମ୍ବିଧାନ ସମ୍ପର୍କରେ ନିଜ ବକ୍ତବ୍ୟ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପୂର୍ବକ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ର ଶତାଧିକ କର୍ମଚାରୀ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ଅଧ୍ୟାପକ କଣ୍ଟାବାଞ୍ଜି ମହାବିଦ୍ୟାଳୟ ଜିତେନ୍ଦ୍ର ସୁନା ସଞ୍ଚାଳନ କରିଥିଲେ।