କାଶିପୁର ସ୍ଥିତ କଳିଆପଡ଼ା ଘାଟିରେ ଦୁର୍ଘଟଣାରେ ଜଣେ ଯୁବକ ମୃତ ରାସ୍ତାରୋକ ଦୀର୍ଘ ୭ ଘଣ୍ଟା ପରେ ଚାଲିଲା ମଟର ଯାନ।
ରାୟଗଡ଼ା, ୦୯/୧୨ ( ଭି. ଗୌରି ଶଙ୍କର ରାଓ ) : ଆଜି ସକାଳେ ପ୍ରାୟ ୯ ଘଣ୍ଟା ସମୟରେ କାଶୀପୁର ସ୍ଥିତ କାଳିଆପୋଡ଼ା ଘାଟିରେ ବାଇକ ଆରହି ଙ୍କ ଉପରେ ଟେଲର ମାଡ଼ି ଯାଇଥିଲା, ଟିକିରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାଇକ ଆରହିଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ଘଟଣା ସ୍ଥଳରେ ଥିବା ଟିକିରି ପୋଲିସ ଙ୍କୁ ଜର ଜବରଦସ୍ତ କରି ଠେଲାପେଲା କରିବା ସହ ଆଇନ କୁ ହାତକୁ ନେଲାଭଳି ପରିସ୍ଥିତି ଦେଖା ଦେଇଥିଲା। ଏହି ଦୁଃଖଦ ଘଟଣାଟି ଡ଼ଙ୍ଗାସିଲ ଗ୍ରାମର ପ୍ରଶାନ୍ତ ମାଝୀ ବାଇକରେ ଟିକିରି କୁ କାମକୁ ଯାଉଥିଲେ ବିପରୀତ ଦିଗ ରୁ ଏକ ଟେଲର ଘାଟିରୁ ତଳକୁ ଉଲ୍ଲାଉ ଥିବା ବେଳେ ଟେଲରରେ ପିଟି ହଇ ଘଟଣା ସ୍ଥଳରେ ବାଇକ ଆରହିଙ୍କ ମୃତ୍ୟୁ ହଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ଷତି ପୂରଣ ପାଇଁ ମୃତଙ୍କ ପରିବାର ସହ ଗ୍ରାମ ବାସୀମିଶି ଘଟଣା ସ୍ଥଳରେ କିଛି ଘଣ୍ଟା ପାଇଁ ଚାପା ଉତ୍ତେଜନା ସୃଷ୍ଟି କରିଥିବା ବେଳେ ସେଠାକାର ପରିସ୍ଥିତି ଭୟଙ୍କର ହେବାରୁ ଖବର ପାଇ ରାୟଗଡା SDPO ସହ ଟିକିରି, କାଶୀପୁର, ଦରାଗୁଡା ପୋଲିସ ଓ କାଶୀପୁର ଆଦିବାସୀ ସମାଜ ସଭାପତି ସହ ସାଂସଦ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଉତ୍ତପ୍ତ ଲୋକଙ୍କୁ ବୁଝା ସୁଝା କୋରିଥିଲେ। ମୃତ ପରିବାର ଲୋକଙ୍କୁ ଶବ ବ୍ୟବଛେଦ କରି ହସ୍ତାନ୍ତର କରିବା ସହ ରେଡ କ୍ରସ ରୁ ୧୦ ହଜାର ଟଙ୍କା ଦିଆଯାଇ ଥିଲା। ଶେଷରେ ରାସ୍ତାରୁ ହଟିଥିଲେ ମୃତଙ୍କ ପରିବାର ଲୋକେ। ଯାହା ଦୀର୍ଘ ୭ ଘଣ୍ଟା ସମୟ ଧରି ରାସ୍ତା ଅବରଧ ଥିବାରୁ ବସ ଚଳାଚଳ ବନ୍ଦ ଥିବାବେଳେ ଯାତ୍ରୀମାନେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଥିଲା।