Hot Posts

6/recent/ticker-posts

ଗଂଜେଇ ଚାଲାଣ ବେଳେ ୧ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସହ ୩ ଗିରଫ

ବୌଦ୍ଧ, ୩୦/୧୨ ( ସନ୍ତୋଷ କୁମାର ପାତ୍ର ) : ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କଣ୍ଟାମାଳ ଅଞ୍ଚଳ l ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ କାରବାର ଥମିବାର ନାଆଁ ନେଉନାହିଁ। ରବିବାର ଘଣ୍ଟାପଡ଼ା ପୋଲିସ ମାତାକୁପା -ସିଲେଟପଡ଼ା ରାସ୍ତାରେ ଚଢାଉ କରି ୧କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସହ ଗୋଟିଏ କାର, ବାଇକ ଓ ମୋବାଇଲ ଫୋନ ଜବତ କରିଥିବା ବେଳେ ଘଟଣାରେ ୩ ଆନ୍ତଃରାଜ୍ୟ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି l ଏଥିରେ ଜଣେ ଅଭିଯୁକ୍ତ ଫେରାର ମାରିଥିବା ଜଣାଯାଇଛି । ସୂଚନା ମତେ କୌଣସି ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୋଲିସ ସମାକୁପା- ସିଲେଟପଡ଼ା ରାସ୍ତାର ପତ୍ରଫଡ଼ିକୁ ଚଢାଉ କରିଥିଲା। ସେଠାରେ ବାହାର ରାଜ୍ୟକୁ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଗଞ୍ଜେଇ ପ୍ୟାକେଟ ସହ ୩ ଜଣକୁ କାବୁ କରିଥିଲା ପୋଲିସ । ଚଢ଼ାଉ ସମୟରେ କୌଶଳ କରି ଜଣେ ଆସାମୀ ଫେରାର ମାରିଥିଲା । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଗୋଟିଏ ହୁଣ୍ଡାଇ କାର ନଂ ସିଜି.୧୩ଜେଡ-୯୦୦୧ଯାହାର ମୂଲ୍ୟ ୧୦ ଲକ୍ଷ,୨ଟି ବାଇକ ମଧ୍ୟରୁ ଗୋଟିଏ ବଜାଜ ପଲସର ନଂ ଓଡି-୦୩ଏଡି-୮୬୮୧. ମୂଲ୍ୟ ୩୦ ହଜାର,ଅନ୍ୟଟି ହିରୋ ସ୍ପ୍ଲେଣ୍ଡର ନଂଓଡି୨୭ଏ-୩୦୭୧ ଜବତ କରିଛି ପୋଲିସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ୧କୁଇଣ୍ଟାଲ ୦୫କିଲୋ.୫୦୦ଗ୍ରାମ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ୩ ଜଣ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ ରାଜ୍ୟ ଅନୁପୁର ଜିଲ୍ଲା କୋତମା ଥାନା ଖୋତ୍ରି ଗ୍ରାମ ର ରାଜକୁମାର ଜଶ୍ବାଳ (୩୦), ଛଡିଶଗଡ଼ ରାଜ୍ୟର ଏମସିବି ଜିଲ୍ଲା ମହେନ୍ଦ୍ରଗଡ଼ ଥାନା ଓ ଗ୍ରାମର ବିନୟ ସିଂ(୨୬) ଓ ଉକ୍ତ ରାଜ୍ୟର ବିଳାସପୁର ଜିଲ୍ଲା, ଥାନା ସିପଟ,ବାସା ଗ୍ରାମର ଅମିତ କୁମାର କଶ୍ୟପ (୨୩)ଓ ଫେରାର ଆସାମୀ ଜଣକ ହେଲେ ଘଣ୍ଟାପଡ଼ା ଥାନା ସିଲେଟପଡ଼ା ଗ୍ରାମର ବିନୋଦ ରଣା । ମଙ୍ଗଳବାର ଦିନ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧୂକାରୀ ସୌମ୍ୟରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି ଏବଂ ଫେରାର ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ କରାଯିବ । ଉକ୍ତ ଚଢାଉଟିମରେ ଏସଆଇ ମାଧବ ଚନ୍ଦ୍ର ଟାକ୍ରିଙ୍କ ନେତୃତ୍ୱରେ ଏଏସଆଇ ଗୋବିନ୍ଦ ମଲିକ, କନେଷ୍ଟବଲ କ୍ଷମା ନିର୍ଧୂ ସାହୁ, ପଙ୍କଜ ଯାନୀ ସମେତ ଅନ୍ୟମାନେ ସାମିଲଥିଲେ l