ଶିକ୍ଷା ମନ୍ତ୍ରୀଙ୍କ ଚାଏ ପେ ଚର୍ଚ୍ଚା ଖାଇଲେ ପେଶ୍ରେଟ।
ଜୟପୁର, ୧୭।୧୨ ( ଏ. ଭେଙ୍କଟ ରାଓ ) : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ଵରରୁ ଉଡାଜାହଯ ଯୋଗେ ଜୟପୁର ପହଞ୍ଚିବା ପରେ ବିଜେପି ଦଳ କର୍ମୀ ମାନେ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ପରେ ଜୟପୁର ସହରର ପୁରାତନ ଜଳଖିୟା ଦୋକାନ ସୂର୍ଯ୍ୟ ହୋଟେଲରେ ଟୁକୁଲୁର ଚାହା ପାଇଲେ ଏବଂ ସୂର୍ଯ୍ୟ ହୋଟେଲର ସ୍ଵତନ୍ତ୍ର ଜଳଖୀୟା ପେଶ୍ରେଟ ଖାଇଲେ ଏବଂ ସର୍ବସାଧାରଣଙ୍କୁ ଭେଟି ଭଲମନ୍ଦୋ ପଚାରି ବୁଝିଲେ ଏହି ଅବସରରେ ସହରର ସାମ୍ୱାଦିକ ସାନ ଚୌଧୁରୀ ରବି ନାୟକ ଏ ଭେଙ୍କଟ ରାଓ କମଲ ଭୋତ୍ରା ମୋନଜ ଦାସ ପ୍ରମୁଖଙ୍କ ସହ ଆଲୋଚନା କଲେ। ସହରର ବିଜେପି ସଭାପତି ଏସ ମୋନୋଜ ଭାନୁ ରାଓ ସୁରଭି ପାଣି ଶ୍ରୀମତି ମହାନ୍ତି ମଧୁ ହିଆଲ କାନକା ରାଓ ବାପି ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ।